STORYMIRROR

Kumudabandhu Naik

Others

3  

Kumudabandhu Naik

Others

କାଳିଆରେ

କାଳିଆରେ

1 min
125

କାଳିଆରେ ତତେ କରୁଛି ଗୁହାରି

   ଯୋଡି ଆଜି ବେନିପାଣି।

ମୋ ଅନ୍ତ ସମୟେ ପୂରଣ କରିବୁ

   ଶେଷ ଇଚ୍ଛା ମୋର ଜାଣି।

ନା ମୁଁ ଶୁଣୁଥିବି, ନା ମୁଁ ଦେଖୁଥିବି

   ହୋଇଥିବି ଚେତା ହିନ।

ନେତ୍ରେ ଅନ୍ଧକାର ଘୋଟିଥିବ ମୋର

    ମନ ନିଶ୍ଚେ ଥିବ ଶୂନ୍ୟ।

ଏତିକି  ସୁଦୟା  କରିବୁ  କାଳିଆ

   ଦେବୁନାହିଁ ଅନ୍ତେ କଷ୍ଟ।

ଆଖି ବୁଜିଥାଇ ତୋ ଚକା ଆଖିକୁ

    ଦେଖୁଥିବି ଯେହ୍ନେ ସ୍ପଷ୍ଟ।

ମୋ ପୁତ୍ର ,ସୁତାଙ୍କୁ କହିଦେବୁ ତୁରେ

    ଯାହା ମୁଁ କହୁଛି ତତେ।

ତୋ ମୁଖ ନିସୄତ ଭାଗବତ ବାଣୀ

    କର୍ଣ୍ଣେ ମୋ କହିବେ ପଦେ।

ତୋର ନିର୍ମାଲ୍ୟରୁ ଗୋଟିଏ ଚାଉଳ

    ରଖି ଦେବେ ମୋର ମୁଖେ।

ତୋ ଛଡାତୁଳସୀ ପାଣିରେ ଗୋଲେଇ,

    ଦେବେ ମୋ ମୁହଁରେ ଟୋପେ।

ଶେଷ ସମୟରେ ମଲି ମଲି ବୋଲି

    ନ ଛାଡେ ଯେହ୍ନେ ବୋବାଲି।

ମୋ ଶେଷ ନିଶ୍ବାସ ଛାଡୁ ଏ ଶରୀର

    କାଳିଆ କାଳିଆ ବୋଲି।


Rate this content
Log in