STORYMIRROR

Kumudabandhu Naik

Others

3  

Kumudabandhu Naik

Others

କାଳିଆରେ

କାଳିଆରେ

1 min
129

କାଳିଆରେ ତତେ କରୁଛି ଗୁହାରି

   ଯୋଡି ଆଜି ବେନିପାଣି।

ମୋ ଅନ୍ତ ସମୟେ ପୂରଣ କରିବୁ

   ଶେଷ ଇଚ୍ଛା ମୋର ଜାଣି।

ନା ମୁଁ ଶୁଣୁଥିବି, ନା ମୁଁ ଦେଖୁଥିବି

   ହୋଇଥିବି ଚେତା ହିନ।

ନେତ୍ରେ ଅନ୍ଧକାର ଘୋଟିଥିବ ମୋର

    ମନ ନିଶ୍ଚେ ଥିବ ଶୂନ୍ୟ।

ଏତିକି  ସୁଦୟା  କରିବୁ  କାଳିଆ

   ଦେବୁନାହିଁ ଅନ୍ତେ କଷ୍ଟ।

ଆଖି ବୁଜିଥାଇ ତୋ ଚକା ଆଖିକୁ

    ଦେଖୁଥିବି ଯେହ୍ନେ ସ୍ପଷ୍ଟ।

ମୋ ପୁତ୍ର ,ସୁତାଙ୍କୁ କହିଦେବୁ ତୁରେ

    ଯାହା ମୁଁ କହୁଛି ତତେ।

ତୋ ମୁଖ ନିସୄତ ଭାଗବତ ବାଣୀ

    କର୍ଣ୍ଣେ ମୋ କହିବେ ପଦେ।

ତୋର ନିର୍ମାଲ୍ୟରୁ ଗୋଟିଏ ଚାଉଳ

    ରଖି ଦେବେ ମୋର ମୁଖେ।

ତୋ ଛଡାତୁଳସୀ ପାଣିରେ ଗୋଲେଇ,

    ଦେବେ ମୋ ମୁହଁରେ ଟୋପେ।

ଶେଷ ସମୟରେ ମଲି ମଲି ବୋଲି

    ନ ଛାଡେ ଯେହ୍ନେ ବୋବାଲି।

ମୋ ଶେଷ ନିଶ୍ବାସ ଛାଡୁ ଏ ଶରୀର

    କାଳିଆ କାଳିଆ ବୋଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ