କାଳିଆର କୃପା
କାଳିଆର କୃପା
1 min
164
ଅନେକ ଭୁଲ୍ ହେଇଛି ସେଥିପାଇଁ ଅନୁତପ୍ତ
ଅଜାଣତରେ କିଛି ଜାଣତେ ଆଉ ସମସ୍ତ
ଅଧିକ ଶିଖିଛି ଚିହ୍ନା ଅଚିହ୍ନା ଲୋକଙ୍କଠୁ
ଅଜସ୍ର ସ୍ନେହ ପାଇଛି ଆଶାଠୁ ଉପରକୁ
ଅଜ୍ଞାନ ଅନ୍ଧାର ଥିଲା ଆଲୋକ ମିଳିଛି
ଅକ୍ଳାନ୍ତ ପରିଶ୍ରମ କରିବାକୁ ପ୍ରେରଣା ପାଇଛି
ଆଗକୁ ନହେବ ଭୁଲର ପୁନରାବୃତ୍ତି
ଆରାମଦାୟକ ହେଉ ଆଗାମୀ ସ୍ଥିତି
ଆଶା ମାତ୍ର କାଳିଆର ସାଥି ନତୁଟୁ
ଆନନ୍ଦମୟ ହେଉ ବିଶ୍ବ ଚାରି ପଟୁ ।
