କାଳିଆ ଗୋସାଇଁ
କାଳିଆ ଗୋସାଇଁ
ଦୁଃଖୀଜନ ପାଇଁ କାଳିଆ ଗୋସାଇଁ
ନାହିଁ କିବା ତୋର ମନରେ ଦୟା
ଅଛି ଯଦି ଭାବ ତୁଟାଇ ଦେ ଲୋଭ
ଟାଣି ନେଇଯାଆ ଲଗାଇ ମାୟା ।
ଚନ୍ଦନ ବାସରେ ଦୟଣା ମାଳରେ
ସଜାଇ ବସିଛୁ ରୂପ କାନ୍ତିକୁ
ସୁଭଦ୍ରା ପାଖରେ ବଳିଆ ସାଥିରେ
ଗୁଣି କରିଦେବୁ ମୋର ମନକୁ ।
ଶିରିକ୍ଷେତ୍ର ଛୁଇଁ ଧନ୍ୟ ହେବି ମୁହିଁ
ଦେଖିବି ମୋହନ ରୂପକୁ ତୋର
ବାଇଶି ପାହାଚେ ଗଡିବି ମୁଁ ଥରେ
ଧୋଇଦେବି ସବୁ ପାପକୁ ମୋର ।
ଜୀବନ ଜଞ୍ଜାଳ ଭୂଲିବି ସକଳ
ତୁଣ୍ଡେ ଗାଇ ଗାଇ ତୋହରି ନାମ
ଜାଣିଛି ଠାକୁର ତୁ ପରା ଅଧିର
ପାଇବାକୁ ଟିକେ ଭକତ ପ୍ରେମ ।
ଅତି ଆନନ୍ଦରେ ଟଙ୍କ ତୋରାଣୀରେ
ଦୂର କରିଦେଇ ସକଳ ଶୋଷ
ଅବଢ଼ା ଅନ୍ନରେ କି ଯାଦୁ ସତରେ
କରିଦେବି ପ୍ରଭୁ କ୍ଷୁଧାକୁ ନାଶ ।
ହସ ହସ ହୋଇ ଜଗତର ସାଇଁ
କରୁଣାର ବାରି ଝରାଇ ଦେଇ
ଜୀବନ ପ୍ରଦୀପ କରିଦେବୁ ଲୋପ
ସ୍ୱର୍ଗଦ୍ୱାରେ ମୋର ଜଳିବ ଜୁଇ ।
