STORYMIRROR

Dr.Sashi Bhushan Mohapatra

Others

3  

Dr.Sashi Bhushan Mohapatra

Others

କାଳବୈଶାଖୀ

କାଳବୈଶାଖୀ

1 min
218


ମେଘର ଘଡଘଡିରେ

କମ୍ପୁଛି ଆକାଶ

ବିଜୁଳିର ଚାବୁକରେ

ବାଦଲରୁ ଝରୁଛି

ଟୋପା ଟୋପା ବର୍ଷା ।


କାଳବୈଶାଖୀର କ୍ରୋଧରେ 

ମତୁଆଲା ହେଉଛି ପବନ

ଉଠାଉଛି ପକାଉଛି

ଧରଣୀକୁ ,

ଶିବାସନରେ ପବନ

ସତେ କରୁଛି ତାଣ୍ଡବ।


ଏ କାହାର କାମ

ଆକାଶର ନାଦ

ନା ଧରଣୀର ନିନାଦ

ଧୂପ ପରି କୁଣ୍ଡଳୀ ସାଜି

ଉଠେ ଘୁର୍ଣ୍ଣି ଝଡ

ସୂର୍ଯ୍ୟଙ୍କୁ ଢାଙ୍କି ଦିଏ,

ଉନ୍ମାଦ କରାଏ

ସମୁଦ୍ରର ଢ଼େଉକୁ,

ନଈ ପଠାର ନାଭିରୁ

ଖଣ୍ଡିଆ ଭୁତ ସାଜି

ଛୁଇଁ ଛୁଇଁ ଯାଏ

ଆକାଶ ମଥାକୁ ।

ମାଛ ପରି ଲଟକାଏ

ନିମିଷକେ ଜୀବନକୁ

ତା’ ବନଶୀ କଣ୍ଟାରେ ।


ତାର ଏ ଶକ୍ତିରେ

ସବୁ ନୀରବି ଯାଏ ।

ଉପୁଡିଯାଏ ନାହିଁ ଦୂବ ଘାସ

ପାହାଡ଼ ନୁଆଁଏ ନାହିଁ ମଥା

ଡରି ଯାଏ ନାହିଁ ସୂର୍ଯ୍ୟ 

ବିଂଚିବାକୁ ଆଲୋକର ଛିଟା

ମରେ ନାହିଁ ଗଛ

କଅଁଳେ ପତ୍ର ଆଉ ଡାଳ ।

ନଭ ମଣ୍ଡଳରୁ

ହୁଏ ଜ୍ୟୋତ୍ସ୍ନା ପାତ

ମଣିଷ ଲୁହ ପୋଛି ପୋଛି

ଜୀବନର ଡାକରେ

ଶୁଣେ ବଂଶୀର ସ୍ୱର,

ସବୁକିଛି ଚଳଚଂଚଳ ହୁଏ

ଜୀବନରେ,ନାଚ ଗୀତରେ,

କାଳବୈଶାଖୀର ଏ ବିପର୍ଯ୍ୟୟ

କେଉଁଆଡେ ଉଭେଇ ଯାଏ

କାହାର ନିଘା ନଥାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍