STORYMIRROR

Dharmaraj Mahamallik

Others

3  

Dharmaraj Mahamallik

Others

କାଲି ଯଦି ମୁଁ ନ ରୁହେ ?

କାଲି ଯଦି ମୁଁ ନ ରୁହେ ?

1 min
164

କାଲି ଯଦି ମୁଁ ନ ରୁହେ ?

ଖୋଜିବନି ଆଉ ମତେ

ମୁଁ ତ ଥିବି ଏକ ଅଜ୍ଞାତବାସ ରେ  ।।

ନୂଆଁ ଏକ ପୁର୍ନଜନ୍ମ ଆଶ ରେ  ।।

ବ୍ୟସ୍ତତା ରୁ ସମୟ ଟିକିଏ କାଢି

ଭସାଉଥିବ ନିତି ସ୍ମୃତି ଦରିଆ ରେ  ।।

ମୃତ୍ୟୁ ର ଭାସମାନ ବାଦଲ ରେ

ଳୁଚିଯିବି ହୋଇ ଏକ ଚିହ୍ନ  ।।

ତୁମ ମାନଙ୍କ ସ୍ୱପ୍ନ ରାଇଜ ରେ

ପ୍ରସ୍ଫୁଟିତ ହେବି ହୋଇ ଏକ ଜହ୍ନ  ।।

କାଳ ଚକ୍ର ରେ ପେଶି ହୋଇ ହୋଇ

ଭଟକୁ ଥିବି ଅନେକ ସ୍ଥାନ  ।।

ଯଦି ଥିବ ଦେହେ ଟିକିଏ ପୁଣ୍ୟ

ମିଳିଯିବ ମତେ ଏକ ଅବତାର ଭିନ୍ନ  ।।

ଯଦି ଥିବ ଦେହେ ପାପ ହିଁ ପାପ  ।।

ନର୍କଗାମୀ ଲବ୍ଧି ,ଏ ଦେହ

ପ୍ରାୟଶ୍ଚିତ ପାଇଁ ପାଇବ ଦଣ୍ଡ ଅନେକ ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍