କାହିଁକି ତୁମେ
କାହିଁକି ତୁମେ
କାହିଁକି ତୁମେ ●●
( ପରାଜିତ ନାୟକର ବିଳାପ-୨)
କାହିଁକି ତୁମେ ବାରମ୍ବାର ମୋତେ ଆଘାତ କର
ଯେତେ ଭୁଲେଇଲେ ବି ଆବୋରି ବସ
ସମ୍ପର୍କର ଚୁମ୍ବକ ତୋଳି
ହୃଦୟର କେଉଁ ଏକ ସ୍ଥାନ ଦଖଲ କରି
ରପ ରାପ ଫୁଡି ଦିଅ ଟାଣି ଉଟାରୀ ।।
ମୁଁ ଯେ ତୁମକୁ ମନେ ରଖିବାକୁ ଚାହେଁନା
ତମେ କି ସେ କଥା ବୁଝି ପାରନା
ହଠାତ ଧସେଇ ପଶିଆସ
ଘଣ୍ଟାର ଟିକ୍ ଟିକ୍ ଶବ୍ଦ ପରି
ନିଶିର ନିରବତାକୁ ଭଙ୍ଗ କରି ।।
କୋଉଁ ଅଭିଯୋଗ ଧରି ଉଭା ହୁଅ
ବିନା ପ୍ରଶ୍ନରେ ବି ଉତ୍ତର ଦିଅ
ଲଗାମ ଲଗା ଘୋଡା ପରି
ବିନା ସ୍ୱାର୍ଥରେ ମୋତେ ଦଉଡାଅ
ପାଇବାର ଆଶା ଦେଇ ମୋଡ଼ି ପକାଅ ।।
କି ପରିଚୟ ଅଛି ଆମ ସମ୍ପର୍କର
ଏକ ଅଛିଣ୍ଡା ଗଣିତ ପରିକା
ରାତି ଗଲେ ମଶାଣୀ
ତୁମେ ହଜିବା ଆରମ୍ଭ କରି ଦିଅ
ଆଶା ସବୁ ସ୍ଵପ୍ନବହିରେ ଛାଡି ଦିଅ ।।ମୋତେ ତ ଏଠି ସବୁ ଝାପସା ଦିଶେ
ଭୟ ସବୁ ଆସି ମାଡି ବସେ
ଗୋଲ ଚଷମା ଲଗେଇ
ପଢିବାକୁ ଚେଷ୍ଟା କରେ ଘଟଣାରାଜି
ଠିକ ଏକ ବୟସ୍କ ଅଧ୍ୟାପକ ସାଜି ।।
ଶ୍ମଶ୍ରୁ ତଳୁ ମୋର ହସ ଫୁଟେ
ମୋର ଅଂଶଳ ସବୁ ଶକ୍ତ ହୁଏ
ତୁମ ପ୍ରତିବାଦରେ
ସବୁ ସ୍ଥାନକୁ ରୁଦ୍ଧ କରିବାର ପ୍ରୟାସ କରେ
ଶେଷ କରିଦେବି ଭାବେ ଅନ୍ତର ଭିତରେ ।।
ତୁମର ଅଜସ୍ର ଛଳନା ଅସହ୍ୟ ହୁଏ
ଧୈର୍ଯ୍ୟ ଯେତକ ତଳ ମୁହାଁ ହୁଏ
ମୋର ମଳିଛିଆ ମୁହଁଟା
ତୁମ ପ୍ରତିଶୋଧରେ ତେଜୀୟାନ ହୁଏ
ଅସହାୟତାର କେତେ କଥା କୁହେ ।।
କାହିଁକି ତୁମେ ବାରମ୍ବାର ମୋତେ ଆଘାତ କର
ଯେତେ ଭୁଲେଇଲେବି ଆବୋରି ବସ
ମୋର ପରାଜୟକୁ ଜାଣି
ମନ ମୂଲକକୁ ଅକ୍ତିଆର କର
ବାର ବାର ବ୍ୟଥା ହୃଦେ ଭର ।।ରାଜେନ୍ଦ୍ର ଗିରି
ଭୋଗରାଇ ,ବାଲେଶ୍ୱର,୭୫୬୦୭୯
ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ,ବାଲେଶ୍ୱର
ଦୂରଭାଷ-୭୮୭୩୫୭୦୯୩୮
