STORYMIRROR

Kulamani Sarangi

Others

4  

Kulamani Sarangi

Others

କାହିଁକି ଲାଗିଛି ଭିଡ଼

କାହିଁକି ଲାଗିଛି ଭିଡ଼

1 min
252

କାହିଁକି ଲାଗିଛି ଭିଡ଼ !!

ଅସରନ୍ତି ରହିଛି ତ ସିନ୍ଧୁ,

କାହିଁକି ଏ ଠେଲାପେଲା !!,

ଶେଷ ହୋଇ ଯାଉଛି କି କରୁଣାର ବିନ୍ଦୁ ?


ଏତେ ପବନ ଥାଇ ବି

ଖୋଲା ନିଃଶ୍ୱାସ ନେବାରେ

କାହିଁକି କାର୍ପଣ୍ୟ !

ଝରକାର ସେପାଖରୁ ଆସୁ ଅମ୍ଳଜାନ,

ଅଙ୍ଗାରାମ୍ଳ ହରି ନିଏ,

ଛାତିର ସ୍ପନ୍ଦନ।


କାହିଁକି ଲାଗିଛି ଭିଡ଼,

ଦାନା ମୁଠେ ପାଞ୍ଚଟଙ୍କିଆର !

ପ୍ରକୃତି ଦେଇଛି ଖୋଲି,

ଅସରନ୍ତି ଖାଦ୍ୟର ଭଣ୍ଡାର,

କାହିଁକି ଲାଗିଛି ଭିଡ଼,

ରକ୍ତ ମାଂସ ଦୋକାନରେ ! 

ଅମୃତ ରହିଛି ଚାହିଁ,

କନିସିରି, ପିତା ଶାଗ, ସଜନା ଶାଗରେ।


କାହିଁକି ଲାଗିଛି ଭିଡ଼,

ଦି' ଚାଖେଣ୍ଡେ ମାଟି, କିଛି 

ମୁହୂର୍ତ୍ତ କିଣିବା ପାଇଁ !

ପାଖେ ପାଖେ ଅସୀମ ସମୟ,

ଅଛି ଅନନ୍ତପୃଥିବୀ,

କିଛି ଅଚିନ୍ତ୍ୟ ଆନନ୍ଦ ପାଇଁ।


କାହିଁକି ଲାଗିଛି ଭିଡ଼ !!,

ତୃପ୍ତିର କୈବଲ୍ୟ କିଏ ବାଣ୍ଟୁଛି କି

ମନ୍ଦିର ଭିତରେ ?

ବାଣ୍ଟିବ ଯିଏ ରହିଛି ଭିତରେ ବାହାରେ,

ଆଗରେ ପଛରେ....

ଆକାଶେ ବାୟୁରେ.....

ପାଣି ପବନରେ....

ପ୍ରଜାପତି ଫୁଲ ସପନରେ..

ଅଳକାର ଚନ୍ଦ୍ର କିରଣରେ..

ସଦ୍ୟସ୍ନାତା ମାଟିର ଗନ୍ଧରେ....

ତାରକିତ ଅମା ଆକାଶରେ...

ଜ୍ୟୋତ୍ସ୍ନାସ୍ନାତ ଔଷଧି ବନରେ....

ଷୋଡଶୀର ବଧୂଲୀ ଓଠରେ...

ଅବିନାଶୀ କବି କଲମରେ....

ସେଇ ବିଶ୍ୱ କଳାକାର ଯାଦୁର ତୂଳୀରେ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍