STORYMIRROR

Prasanna Kumar Das

Others

3  

Prasanna Kumar Das

Others

କାହିଁ ଅଛ ଜଗନ୍ନାଥ

କାହିଁ ଅଛ ଜଗନ୍ନାଥ

1 min
247

ଜଗନ୍ନାଥ ନାମ ବୋଲାଅ ଠାକୁର

ବଳିୟାର ଭୂଜ ହୋଇ ।

ତୁମ୍ଭ ପରି ନାଥ ଥାଉ ଏ ଜଗତ

ଅନାଥ ହେଲା କିମ୍ପାଇଁ ?୧?


ସାଆନ୍ତକୁ ଦାସ ପଚାରିଲେ ଦୋଷ

ହେବ ବଡ଼ ଅପରାଧ ।

ଲୋକହସା ସାର ହୋଇବ ଜଗତେ

ହେବ ନିନ୍ଦା ଅପବାଦ ।୨। 


ହେଉ ଅପରାଧ ମିଳୁ ଅପବାଦ

ସେଥିକି ନାହିଁ ମୋ ଡ଼ର ।

ଦାସ ନାଶ ଯାଉ ପ୍ରଭୁ ଯଶ ରହୁ

ଏତିକି ମାଗୁଣି ମୋର ।୩।


ଆଜି ଜଗତର ବିପତ୍ତି ପ୍ରବଳ

ପ୍ରକୃତ୍ତି ବିକୃତ ହୋଇ।

ମହାମାରୀ କରେ ମୃତ୍ୟୁର ତାଣ୍ଡବ 

ଲକ୍ଷ ଲକ୍ଷ ପ୍ରାଣ ନେଇ ।୪।


ମନ୍ଦିର ମସ୍ଜିଦି ଗୀର୍ଜାଘରେ ଆଦି 

ସବୁରି କପାଟେ ତାଲା ।

ତୁମ୍ଭେ ଗଲ କାହିଁ ଭକତ ଖୋଜଇ

ଏକି ଅଘଟଣ ହେଲା ।୫। 


ସ୍ୱଭାବେ ମଣିଷ ଦ୍ୱିମୁଖା ବିଶେଷ

ଏବେ ତିନି ମୁଖା ହେଲା ।

ଆସ୍ତିକ ନାସ୍ତିକ ପାପୀ ପୂଣ୍ୟଶ୍ଲୋକ

କିଏ ଜଣା ନ ପଡ଼ିଲା ।୬।


ବିପ୍ର ଧେନୁ ସନ୍ଥ ନାରୀ ପ୍ରପୀଡ଼ିତ 

ପାପର ଭାର ପ୍ରବଳ ।

ଗୃହଯୁଦ୍ଧ ବିଶ୍ୱ ଯୁଦ୍ଧ ପ୍ରଶମନ

କର ଆସି ଆଦିମୂଳ ।୭।


ହେ ବିଶ୍ୱ ବିଧାତା ସର୍ବ ଭୂତଆତ୍ମା

ନାମ କର ଚରିତାର୍ଥ ।

ବିଳମ୍ବ ନକରି ଆସ ଅବତରି

କାହିଁ ଅଛ ଜଗନ୍ନାଥ ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍