STORYMIRROR

Manasmita Das

Others Children

4  

Manasmita Das

Others Children

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
309

           

ଯା ଯାରେ ଭାସିଭାସିଯା କାଗଜ ଡଙ୍ଗା ଭାସିଯା

ବଷାॆ ଜଳସ୍ରୋତରେ ତୁ ବହୁତ ଦୂରକୁ ଭାସିଯା ।। ୧।। 


ବହୁ ଦୂରେଅଛି କାଳିଆ ପାଖେ ତୁ ଅଟକି ଯା

କାଳିଆକୁ ତୁ ଟିକେ ବେଗି ଦେଖି ଦଦେଇଯିବୁ ଯା।। ୨।। 


ମୋ ହୃଦୟର ଅବ୍ୟକ୍ତ କୋହ ତୁ ବଖାଳିବୁଯା

ମୁଁ ଝୁରେ ତାକୁ ସବॆଦା କେତେ ସବୁକହିବୁଯା ।। ୩।। 


ବଡ ଦେଉଳେ ଆନନ୍ଦେ ବସିଛି ତୁ ଦେଖିବୁ ଯା 

ମତେ ଦଶॆନ ଦେବ କେବେ ତାକୁ ପଚାରିବୁ ଯା ।। ୪।। 


ଗରୁଡ଼ ସ୍ତମ୍ଭକୁ ତୁ ଆଲିଙ୍ଗନ ତ କରିବୁ ଯା   

ମନବାଞ୍ଛା ପୂରଣ କରେ ଜଗାକୁ ଡାକିବୁ ଯା ।। ୫।। 


ତାକୁ ନଡିଆଭୋଗ ଦବୁ ତୁ ସାଥେ ନେଉକି ଯା

ସଙ୍କୁଡ଼ି ମହାପ୍ରସାଦ, ଅଭଡ଼ା ତୁ ଖାଇବୁ ଯା  ।। ୬। 


ମହାପ୍ରସାଦ ସାଥେ ଆଣିବୁ ମନେରଖିକି ଯା  

ଜଗାକୁ ଦଶॆନ କରି ମୋ ପାଖକୁ ଲେଉଟିଆ ।। ୭।। 


ଯା ଯାରେ ଭାସିଭାସିଯା କାଗଜ ଡଙ୍ଗା ଭାସିଯା

ମୋ କାଳିଆକୁ ସାଥେ ଆଣିବୁ ମନେରଖିକି ଯା ।। ୮।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍