STORYMIRROR

Sunanda Mohanty

Others

3  

Sunanda Mohanty

Others

କାଦମ୍ବିନୀ

କାଦମ୍ବିନୀ

1 min
11.4K

କାଦମ୍ବିନୀ,

ସଖି ଚାନ୍ଦକୁ ଦେଖିଛ କି,

ତାର ଜୋଛନାକୁ, ସେଇ ତାର ପରିଚୟ.

ସୂର୍ଯ୍ୟ ଙ୍କୁ ଦେଖିଛକି,

ସେହି ଲାଳିମାକୁ,

ନାହିଁ ଯାର ଅପଚୟ.

ପକ୍ଷୀର କାକଳୀ,

ନଈର ଶୁଶୁରି,

ନାହିଁ ଯାର ଅବକ୍ଷୟ.

ଗଛର ଛାଇ,

ପବନ ର ସାଇଁ,

ସେଥିରେ ଚାଲେ ବିଶ୍ୱମୟ.

ଆଜି ବି ସବୁ ଅଛି,

କିଛି ଯାଇନାହିଁ,

ନାହିଁ ଯାହା କୋଳାହଳମୟ.

ସବୁତ ଆସିବ, କିଛି ବି ଫେରିବ,

ଏତେ ଲାଗିବନି ଅଭାବନୀୟ.

ଭୁଲିଯିବେ କିଛି,

ଯାହା ଗଲାଣି ଯାଇଛି,

ଭୟର ହୋଇବ ଜୟ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍