STORYMIRROR

Minakshi Samal

Others

2  

Minakshi Samal

Others

ଜୟ ଯବାନ୍

ଜୟ ଯବାନ୍

1 min
562



ବଳିଦାନ ତୁମ ହେବନି ବେକାର ହେ ମୋର ଯବାନ୍ ଭାଇ
ସାରା ଦେଶ ଆଜି ଶୋକରେ ଡୁବିଛି ତୁମ ମାନଙ୍କୁ ହରାଇ।୧
କାନ୍ଦୁଛି ଏମାଟି ,ପାଣି ଓ ପବନ କାନ୍ଦୁଛନ୍ତି ଜ୍ଞାତିଜନ
ଅମୂଲ୍ୟ ଜୀବନ ବିନିମୟେ ତୁମେମାନେ ହୋଇଲ ମହାନ।୨
ଜନନୀ ଜନମଭୂମିର ସେବାକୁ ମଣିଥିଲ ସର୍ବଶ୍ରେଷ୍ଠ
ପ୍ରାଣବଳୀ ଦେଲ ମାତୃଭୂମି ପାଇଁ ସହିକରି ସବୁ କଷ୍ଟ।୩
ନିର୍ଦ୍ଦୟୀ ଆତଙ୍କବାଦୀଙ୍କ ଚକ୍ରାନ୍ତେ ହୋଇଗଲ ଧରାଶାୟୀ
ବିସ୍ଫୋରଣେ ତୁମେ ନିର୍ଜୀବ ନିସ୍ତେଜ ହେଲ ଚିରଦିନ ପାଇଁ।୪
ସ୍ତବ୍ଧ ହୋଇଗଲା ଗଗନ ପବନ ଆଚମ୍ବିତ ଚଉଦିଗ
ପୁଲଓ୍ବାମା ରାଜରାସ୍ତା ଥମିଗଲା ଭରିଗଲା ଉଦ୍ ବେଗ।୫
ବୁଝିହୁଏନି କଳ୍ପନାତୀତ ଅଟେ ଆତ୍ମଘାତୀ ଷଡ଼ଯନ୍ତ୍ର
ଦେଶଦ୍ରୋହୀ ଆଜି ଅପଙ୍ଗ କରିଛି ଭାରତର ଗଣତନ୍ତ୍ର।୬
ବୁକୁଫଟା ସେ କି କରୁଣ ରୋଦନ ପରିବାର ଲୋକଙ୍କର
ଶହୀଦ ତୁମେ ଯେ ନିଜର ହୋଇଛ ସାରା ଦେଶବାସୀଙ୍କର।୭
ଦେଶର ପ୍ରତ୍ୟେକ ଧୂଳିକଣା ମାଗେ ତୁମ ମୃତ୍ୟୁର ହିସାବ
ଟିକିନିଖି କରି ଅସୁଲ କରିବୁ ଦେଇ ଠିକଣା ଜବାବ।୮
ଭାରତ ମାତାର ତ୍ରିରଙ୍ଗା ଧ୍ବଜାଟି କୋଳେଇ ନେଲା ତୁମକୁ
ମରି କରି ତୁମେ ଅମର ହୋଇଲ ଅନନ୍ତ କାଳ କାଳକୁ।୯
ଶହୀଦ ବୀର ପ୍ରଣାମ ଘେନାକର ଭାରତର ଜନତାର
ସକଳ ପରାଣ ମଧ୍ୟରେ ରହିବ ହୋଇ ଅଜର,ଅମର।୧୦

ଜୟ ହିନ୍ଦ୍
*** ମିନାକ୍ଷୀ ସାମଲ ***


Rate this content
Log in