STORYMIRROR

Sushantkumar Pradhan

Others

2  

Sushantkumar Pradhan

Others

ଜୟ ଶିବଶଂକର

ଜୟ ଶିବଶଂକର

1 min
13.4K


ଜୟ ଶିବ ଶଂକର 
**********

କରୁଣାସାଗର ପ୍ରଭୁ ମହାଦେବ ମହାଶମ୍ଭୁ 
ଭୂତପତି ଯୋଗେଶ୍ୱର ଚନ୍ଦ୍ରଶେଖର 
ତ୍ରିଶୂଳ ଡମ୍ବରୁଧାରୀ ଚନ୍ଦ୍ରମୌଳୀ ଜଟାଧାରୀ 
ଅଷ୍ଟଶମ୍ଭୁ ମହାଯତି ଭୋଳାଶଂକର 
ଆଶୁତୋଷ ମହାକାଳ ହେ ପ୍ରଭୁ ବୃଷଭପାଳ 
ତ୍ରିନେତ୍ରରୁ ଝରୁଥାଉ ଆଶିଷ ଝର 
ଉମାପତି ସୁଦୟା କର 
ପୟରେ ଭକତି ଅର୍ଘ୍ୟ ଯୋଡୁଛି କର ।।

ଦିଅ ବାରେ ଶୁଭାଶୀଷ ହେ ପ୍ରଭୁ ଭୋଳା ମହେଶ 
ଜନ୍ମେ ଜନ୍ମେ ମିଳୁ ତବ ଦିବ୍ୟ ପରଶ 
କର ମୋ ଅନ୍ତରେ ବସା ଜୀବନେ ରଖିଛି ଆଶା 
ନିରାଶ ନ କର ଆହେ ପାର୍ବତୀ ବର 
ମହାରୁଦ୍ର ଗଙ୍ଗାଧର ଶିବ ଶଶାଙ୍କ ଶେଖର 
ଅଧୀନ ଏ ଅକିଂଚନ ପାପୀ ଅଧମ 
ଭବସାଗରୁ ପାରିକର 
ଲହୁଲୁହରେ ଜାଳୁଛି ଦୀପାଳି ମୋର ।।

   ସୁଶାନ୍ତ ପ୍ରଧାନ 
     ବଂଧହୁଡା 
ନରସିଂହପୁର କଟକ


Rate this content
Log in