STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ଜୟ ମାଁ କାଳି

ଜୟ ମାଁ କାଳି

1 min
14.2K


🙏ଜୟ ମାଁ କାଳୀ🙏 ----------------------------- (ବୀଣାକାର ସ୍ବରେ) ÷÷÷÷÷÷ \\\ ÷÷÷÷÷÷

କରାଳ ବଦନା ବିକଟ ରଟନା ରଚନା ତୋ ଅପରୂପ,

ଜାତ ହେଲୁ ମା'ଗୋ କ୍ରୁର ତେଜ ରୂପରେ ଦୁର୍ଗାଦେବୀଙ୍କ ସମୀପ।

କ୍ରୋଧ ମଗ୍ନା ଦେବୀ ତେଜ ନିଷ୍କାସିତେ ତେଜୁ ନବଜ୍ଯୋତି ହୋଇ,

ନବଦୁର୍ଗା ରୂପେ ପରିଚିତ ହେଲ ମା ଜଗତ ମଙ୍ଗଳ ପାଇଁ।

ମହିଷା ଦର୍ପରେ ଦୁଃଖିତା ଧରଣୀ ଦେବ ମାନବେ କଷଣ,

ଅସହ୍ଯେ ଦେବତା ଧ୍ୟାନ ଯଜ୍ଞାନଳରୁ ଆଦିମାତାଙ୍କ ଉତ୍ପନ୍ନ।

ହେଳେ ନାଶକରି ଛଳେ ଦୈତ୍ୟଗଣେ ମହିଷା ବିନାଶ ପାଇଁ,

କ୍ରୋଧ ବଳେ ମାତ ମହିଷା ସଇନ୍ଯେ ମା ନାଶି ଉଶ୍ବାସିଲ ମହି।

ସଙ୍ଗ ହେଲୁ ମା'ଗୋ ଦୁର୍ଗା ଦେବୀଙ୍କର ଅଙ୍ଗ ପୂଜା ଲାଗି ତୋର,

ସଙ୍ଘର୍ଷ କାଳରେ କରାଳ ରୂପିଣୀ ଗୋ "କାଳି" ନାମ ତୋ ସଂସାର।

ଶିବାରୂଢ଼ା ମା'ଗୋ ଶବ ସଂଙ୍ଗୀ ତୁହି ଶମଶାନେ ବାସ କରୁ,

ଶଙ୍କା ସମୟରେ ଭକତ ଜନଙ୍କୁ ମାଁ ଶଙ୍କଟାପନ୍ନୁ ଉଦ୍ଧାରୁ।

ଉନ୍ମୁକ୍ତ ଶରୀରା ଗଳେ ମୁଣ୍ଡ ମାଳା ଚତୁର୍ଭୂଜା ଦିବ୍ୟ ରୂପା,

ଖର୍ପର ଧାରିଣୀ ତୁ ଜଗତ ଜନନୀ ମା ଜଗତେ ଭରିଦେ କୃପା।

ତନ୍ତ୍ର ସାଧନରେ ମନ୍ତ୍ର ମୁଗ୍ଧା ମା'ଗୋ ଯନ୍ତ୍ର ବିଦ୍ୟା ଶିଦ୍ଧି ଦାତ୍ରୀ,

ଅନ୍ତ କରୁ ମା'ଗୋ ଭକତ ଆରତ ମା ମନେ ଭରି ଦେଇ ଶାନ୍ତି।

ଦାଣ୍ଡେ ଦଣ୍ଡଯାତ ଦଣ୍ଡୁଆଙ୍କୁ ଧରି ପରବ ରୂପରେ ତୋର,

ବରଷକେ ଥରେ ଆସି ମା ଦାଣ୍ଡରେ ଗୋ ଭକ୍ତେ ଦଣ୍ଡୁ ରକ୍ଷାକର।

××××××××××××××× ବିଷ୍ଣୁ ପ୍ରସାଦ ମିଶ୍ର କୋରାପୁଟ 9124049129


Rate this content
Log in