STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ଜୟ ମାଁ ଦୁର୍ଗା

ଜୟ ମାଁ ଦୁର୍ଗା

1 min
27.7K


ମାଗୋ ଦଶଭୁଜା


ସୁନ୍ଦର ଏହି ଧରା ଧିରା କୋଳେ

ଆସ ମାଁ ଭବାନୀ ଶରଦ ରାତିରେ

ଜଗତ ଜନନୀ କଲ୍ୟାଣ ଦାୟୀନି

ଦୁର୍ଗା ଦୁର୍ଗତି ନାଶିନୀ,

ହୋଇ ନବ ରୂପ ନବରାତ୍ର କଳ୍ପ

ନାଶିଣ ଦଇତ ନିବାରିଣ ପାପ

ଧରା ଭାରା ନାଶି ସତ୍ୟକୁ ପ୍ରକାଶି

ମା'ଗୋ ଜଗତ ଜନନୀ। ୧

ଶରଦ ଋତୁରେ ଶାରଦୀୟ ପୂଜା

ଦଶମୀ ଦିନରେ ହେଉ ଦଶଭୁଜା

କୁମାରୀ ରୂପେ ପୂଜିତା,

ଜଗତ ବିଦିତ ଦେବୀ ନାରାୟଣୀ

ଜୟଦୁର୍ଗା ରୂପେ ପୂଜା ପାଉ ପୁଣି

ଜଗଦମ୍ବା ଜଗନ୍ମାତା। ୨

ଜାତ ଯଜ୍ଞାନଳୁ ଯୋଗଜନ୍ମା ତୁହି

ଜଗତ ଉଦ୍ଧାର କରିବାର ପାଇଁ

ଦନୁଜ ମହିଷା ଛଳେ,

ଶୁମ୍ଭ ନିଶୁମ୍ଭ ର ବର ବ୍ଯର୍ଥ କରି

ମୋହିନୀ ରୁପରେ ମାୟା ରେ ସଂହାରି

ଗର୍ବ ଖର୍ବ କଲୁ ହେଳେ। ୩

ବଧିଲ ମହିଷା ଦୁର ହେଲା ଦଶା

ତ୍ରେତୟା ଯୁଗରେ ରାମଙ୍କ ଭରସା

ସୀତାଙ୍କ ଉଦ୍ଧାର ପାଇଁ,

ଲକ୍ଷେ ଏକ ପଦ୍ମେ କରି ପୂଜା ତୋର

ତୋ ଆଶିଷେ ମଲା ଲଙ୍କପତି ବୀର

ତୋର ଯଶ ଗଲା ରହି। ୪

ଦ୍ବାପର ଯୁଗରେ ବିଜୁଳି ରୁପରେ

କଂସ ହାତୁ ଖସି ଗଲୁ ତୁ ସଧିରେ

କହି ମୃତ୍ୟୁଭେଦ ତାର,

ସେ କଳା କହ୍ନାଇ ଗୋପପୁରେ ରହି

ଅସୁରେ ବିନାଶୀ ସନ୍ଥେ କଲେ ତ୍ରାହି

ଘେନି ପରାମର୍ଶ ତୋର। ୫

ଏ, କଳି କାଳରେ ବଢ଼ି ଚାଲେ ପାପ

ପୂଣ୍ୟ କାନ୍ଦୁଅଛି ଧର୍ମରେ କଳଙ୍କ

ମାନବ ଦାନବେ ରତ,

ପଞ୍ଚଭୂତ ଆଜି ବିଷାକ୍ତ ସାଜିଛି

ପାପାଚାର ବଳେ ପ୍ରକୃତି କାନ୍ଦୁଛି

ହଜିଛି ନାରୀ ମହତ। ୬

ବଂଶ ବୋଲିବାର ନାହିଁ ଆଜି କିଛି

ଲକ୍ଷ ଲକ୍ଷ କଂସ ଏ ମର୍ତ୍ତ୍ୟେ ବୁଲୁଛି

ଶୋଷିଲା ଭୋକିଲା ସାଜି,

ଦେଖାଇ ବଡ଼ିମା ଆପଣା ଗାରିମା

ଭେଦ ଭାବ ଶୂନ୍ଯ ପୂଣ୍ୟକର୍ମେ ହୀନା

ସଂସ୍କାର ସଂସ୍କୃତି ତେଜି। ୭

ଅବତର ମାଆ ଏ କଳି କାଳରେ

ଦୁଷ୍ଟ ନାଶି ଧରା ରଖ ଅବହେଳେ

ରହୁ ସୂର୍ଯ୍ୟ ଚନ୍ଦ୍ର ଚୀର,

ରକ୍ଷାକର ମାତା ନାରୀର ମର୍ଯ୍ୟାଦା

ନରାଧମେ ଦିଅ ସମୁଚିତ ସଜ୍ଜା

ବେଦ ଧର୍ମ ରହୁ ସ୍ଥିର।

~~~

ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ

9124049129


Rate this content
Log in