Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Others

2  

Maheswar sahoo

Others

ଜୟ ମାଆ ଶାରଳା

ଜୟ ମାଆ ଶାରଳା

1 min
231


ଜୟମା' ସାରଳା,    ହଂସର ବାହିନୀ,

     ବିଦ୍ୟାପ୍ରଦାୟିନୀ ତୁମେ:

ଅଜ୍ଞାନ ଅନ୍ଧାରୁ    ଜ୍ଞାନର ଆଲୋକ,

      ପ୍ରଜ୍ବଳିତ କର ଶ୍ରମେ::


ଚରଣ କମଳ,     ସ୍ମିତ ହାସ୍ୟ ମୁଖ,

      ଶାନ୍ତ ନିରୀମଳ ତନୁ:

ବିଦ୍ୟାର ଆରମ୍ଭ,    ସଫଳ ଭଣ୍ଡାର,

      ଲଭ୍ୟ ସଦା ତୁମ୍ଭ ମନୁ::


ହସ୍ତରେ କଙ୍କଣ,    ପାଦରେ ନୁପୁର,

     ଚକ୍ଷୁରେ କଜ୍ବଳ ଶୋଭେ:

ମସ୍ତକେ ମୁକୁଟ,     କର୍ଣ୍ଣରେ କୁଣ୍ଡଳ,

     ପାଟ ଶାଢୀ ବସ୍ତ୍ର ଲୋଭେ::


ଗଳାରେ ସୋଭିତ,  ମୁକୁତାର ମାଳା,

     କୃପାମୋହି ମl ଶାରଳା:

ହସ୍ତରେ ଧରିଛ,     ବିଣା ଓ ପୁସ୍ତକ,

     ଭଗବତୀ ତୁମ ଲିଳା::


ତୁମ କୃପାବଳେ,     ମୂର୍ଖ କାଳିଦାସ,

     ଜ୍ଞାନୀ ବିଦ୍ୱାନରେ ଗଣା:

ପ୍ରାଥନା ଆମର,     ଘେନ ଦୟାବହି,

     କରୁଣା ନକର ଉଣା::


ଶ୍ରୀପଞ୍ଚମୀ ତୁମ,      ପୂଜା ପାଇଁ ଶ୍ରେଷ୍ଟ,

      ନମୋ ତୁମ ଶ୍ରୀ ପୟର:

ଜ୍ଞାନର ପ୍ରଦୀପ,      ଜଳାଇ ଦିଅମା,

      ବନ୍ଦଇ ମୁଁ ମହେଶ୍ୱର::


ପୂଜା ପୁଷ୍ପ ଘେନ,    ଅଜ୍ଞାନର ଥରେ,

     ଦିୟହେ ବିଦ୍ୟାର ପ୍ରସାଦ:

ଦୋଷଥିଲେ ମାଗୋ,   କ୍ଷମା କର ଥରେ,

      ବନ୍ଦଇ ତୁମର ପାଦ::



ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ୱର(ଭଦ୍ରକ)


Rate this content
Log in