STORYMIRROR

Pradeep Kumar Panda

Others

3  

Pradeep Kumar Panda

Others

ଜୟ ମା ଦୁର୍ଗା

ଜୟ ମା ଦୁର୍ଗା

1 min
663

ମାତୃ ଶକ୍ତିମାନ ହୋଇ ଆବାହନ

ବିଜେ ସବୁ ଦେବୀ ପୀଠରେ

ବିଶେଷ ପୂଜନ ହୁଏ ଦିନମାନ

ଶଙ୍କରାଚାର୍ଯ୍ୟଙ୍କ ମଠରେ

ତନ୍ତ୍ର ମନ୍ତ୍ର ଯନ୍ତ୍ର ହୁଏ ଉଚ୍ଚାରଣ

ଅବିରତ ସାଧୁ ଓଠରେ

ନବରାତ୍ର ଯଜ୍ଞ ଘୃତ ମଧୁ ସଙ୍ଗ

ସମିଧା ଚନ୍ଦନ କାଠରେ

ପୋଷାକ ଦରବ ବିକା କିଣା ହେବ

ଭିଡ ଜମେ ସବୁ ହାଟରେ

ମେଢ ଦେଖି ଦେଖି ପଢୁଛନ୍ତି ଥକି

ଚାଲୁ ଚାଲୁ ଅଧା ବାଟରେ

ଅଳସୁଆ ଭାଇ ଯାଉଛନ୍ତି ଶୋଇ

ରାତିଦିନ ପଟା ଖଟରେ

ନୂଆ ନୂଆ ଯୁବା ଗିପ୍ଟ୍ ଦେବାନେବା

ସାଥି ପରିବାର ଭେଟରେ

ଗୁପ୍ ଚୁପ୍ ଚାର୍ଟ କୁନା କୁନି ଖାଇ

ଯନ୍ତ୍ରଣା ହେଉଛି ପେଟରେ

ଅଳପ ଛୋପରା ଦେଖନ୍ତି ଅପେରା

ରାତି ଯାଏ ପାହି ନାଟରେ

କେଇଟା ଭେଣ୍ଡିଆ ଦେଖେଇକି ହିଆ

ବୁଲୁଥାନ୍ତି ନଈ ତୁଠରେ

ଅଳ୍ପ ଭକ୍ତ ସନ୍ଥ ହୋଇ ଶୁଦ୍ଧ ପୂତ

ଦୁର୍ଗା ମା ପୂଜା ପାଠରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍