STORYMIRROR

Minakshi Samal

Others

2  

Minakshi Samal

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
647


ଅମା ଅନ୍ଧକାରେ ଘନ କୁହୁଡିରେ
ନପାଇଲେ ପଥମୁହିଁ
ହାତଧରି ମୋର ପଥ ଯେ ଦେଖାଉ
ହେ କଳା ଠାକୁର ତୁହି।

ହତାଶାର ପାରାବାରେ ଉବୁଟୁବୁ
ଯେବେ ହେଉଥାଏ ମୁହିଁ
ରକ୍ଷାର ନଉକା ସଧୀରେ ଚଳାଇ
ପାଶେ ଆସିଥାଉ ତୁହି।

ପଥପ୍ରାନ୍ତେ ମୋତେ ଏକାକୀ ପଥିକ
ଭାବେ ଯେବେ ପାଉ ତୁହି
ମାଧ୍ୟମ ରୂପରେ କେଉଁ ଏକ ସାଥୀ
ମୋ ପାଶେ ଥାଉ ପଠାଇ।

ଦୁଃଖୀ ହୋଇକରି ତୋତେ ଯଦି ଡାକେ
ଛଳିଆ ବା କପଟିଆ
ରାଗ କରିବୁନି ଦୋଷ ଧରିବୁନି
ତୁ ମୋର ବାଙ୍କ ଚୁଳିଆ।

ପ୍ରତିକ୍ଷଣେ ତୋର ଉପସ୍ଥିତି ମୋର
ଶକ୍ତି ସାହସର ଉତ୍ସ
ତୋ ସାହାରା ବିନା ଏକ ପାଦ
ଆଗେଇବା ମୋର ପାଇଁ କଷ୍ଟ ।

ହେ କଳା ଠାକୁର ପରୀକ୍ଷା ଛଳରେ
ଶିଖାଅ ଜୀବନ ମନ୍ତ୍ର
କଷ୍ଟ ପଛେ ଦିଅ ସଙ୍ଗେ କିନ୍ତୁ ଥାଅ
ସାଜିକି ଅମୋଘ ଅସ୍ତ୍ର।

*** ମିନାକ୍ଷୀ ସାମଲ ***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍