STORYMIRROR

Minakshi Samal

Others

3  

Minakshi Samal

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
347


ଅମା ଅନ୍ଧକାରେ ଘନ କୁହୁଡିରେ

ନପାଇଲେ ପଥ ମୁହିଁ

ହାତଧରି ମୋର ପଥ ତୁ ଦେଖାଉ

ହେ କଳା ଠାକୁର ତୁହି।


ହତାଶାର ପାରାବାରେ ଉବୁଟୁବୁ

ଯେବେ ହେଉଥାଏ ମୁହିଁ

ରକ୍ଷାର ନଉକା ସଧୀରେ ଚଳାଇ

ପାଶେ ଆସିଥାଉ ତୁହି।


ପଥପ୍ରାନ୍ତେ ମୋତେ ଏକାକୀ ପଥିକ

ଭାବେ ଯେବେ ପାଉ ତୁହି

ମାଧ୍ୟମ ରୂପରେ କେଉଁ ଏକ ସାଥୀ

ମୋ ପାଶେ ଥାଉ ପଠାଇ।


ଦୁଃଖେ ଭାଙ୍ଗିଯାଇ ତୋତେ ଯଦି ଡାକେ

ଛଳିଆ ବା କପଟିଆ

ରାଗ କରିବୁନି ଦୋଷ ଧରିବୁନି

ହେ ମୋର ବାଙ୍କ ଚୁଳିଆ।


ପ୍ରତିକ୍ଷଣେ ତୋର ଉପସ୍ଥିତି ମୋର

ଶକ୍ତି ସାହସର ଉତ୍ସ

ତୋ ସାହାରା ବିନା ଏକ ପାଦ

ଆଗେଇବା ମୋର ପାଇଁ କଷ୍ଟ ।


ହେ କଳା ଠାକୁର ପରୀକ୍ଷା ଛଳରେ

ଶିଖାଉ ଜୀବନ ମନ୍ତ୍ର

କଷ୍ଟ ଦେଉ ପଛେ ସଙ୍ଗେ କିନ୍ତୁ ଥାଉ

ସାଜିକି ଅମୋଘ ଅସ୍ତ୍ର।

ମିନାକ୍ଷୀ ସାମଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍