STORYMIRROR

Kumudabandhu Naik

Others

3  

Kumudabandhu Naik

Others

ଜୟ ହୋ

ଜୟ ହୋ

1 min
744


ପକ୍ବ ବିମ୍ବ ପରି ଓଷ୍ଠ ଦିଶେ ତାର

ବିଲାତି ପରିକା ଗାଲ।

ବାଲ୍ଯ ଲାଉ ପରି ଯାର ଦୁଇ ବାହୁ

ଅଙ୍ଗୁଳି ଭେଣ୍ଡିର ତୁଲ।

କହିଦେଲି ବୋଲି ଭାବିବନି ତାକୁ

ମିଶା ତରକାରୀ ବୋଲି।

ସଂକଟ କାଳରେ ହୋଇଯାଏ ସିଏ

ପକ୍କା ପିଆଜର ଭଲି।

ପରସ୍ତ ପରସ୍ତ ଯେତେ ଛଡେଇବ

ପାଉଥିବ ନୂଆଁ ନୂଆଁ।

ନାକରୁ ଆଖିରୁ ପାଣି ଗଡୁଥିବ

ବିକଳେ ନେବତା ନାଆଁ।

ଦର କାର ହେଲେ ହୋଇପାରେ ସିଏ

ଦଶାନନ ପୁର ଭଲି।

ଅଧିକ ଖାଇଲେ ପୋଡୁଥିବ ତୁଣ୍ଡ

ପରେ ମଧ୍ୟ ହେବ ଭାଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ