Kumudabandhu Naik

Others

3  

Kumudabandhu Naik

Others

ଜୟ ହୋ

ଜୟ ହୋ

1 min
392


ପକ୍ବ ବିମ୍ବ ପରି ଓଷ୍ଠ ଦିଶେ ତାର

ବିଲାତି ପରିକା ଗାଲ।

ବାଲ୍ଯ ଲାଉ ପରି ଯାର ଦୁଇ ବାହୁ

ଅଙ୍ଗୁଳି ଭେଣ୍ଡିର ତୁଲ।

କହିଦେଲି ବୋଲି ଭାବିବନି ତାକୁ

ମିଶା ତରକାରୀ ବୋଲି।

ସଂକଟ କାଳରେ ହୋଇଯାଏ ସିଏ

ପକ୍କା ପିଆଜର ଭଲି।

ପରସ୍ତ ପରସ୍ତ ଯେତେ ଛଡେଇବ

ପାଉଥିବ ନୂଆଁ ନୂଆଁ।

ନାକରୁ ଆଖିରୁ ପାଣି ଗଡୁଥିବ

ବିକଳେ ନେବତା ନାଆଁ।

ଦର କାର ହେଲେ ହୋଇପାରେ ସିଏ

ଦଶାନନ ପୁର ଭଲି।

ଅଧିକ ଖାଇଲେ ପୋଡୁଥିବ ତୁଣ୍ଡ

ପରେ ମଧ୍ୟ ହେବ ଭାଲି।


Rate this content
Log in