STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଜୟ ହେ ନେତାଜୀ ଜୟ

ଜୟ ହେ ନେତାଜୀ ଜୟ

1 min
192


ଧନ୍ୟ ହେ ନେତାଜୀ ଧନ୍ୟ ଜନ୍ମ ଭୂମି ଧନ୍ୟ ୟେ ଉତ୍କଳ ମାଟି

କାଠଯୋଡ଼ି ମହାନଦୀର ପବନ ପାଣି ଯା’ର ପ୍ରାଣ ଶକ୍ତି ।।


ବାରବାଟୀ ମାଟି ଧନ୍ୟ ତା ଶକତି ମୃତ୍ୟୁଞ୍ଜୟୀ ମହାବୀର

ସ୍ଵାଧିନ ଭାରତ ନିଶାଣ ତ୍ରିରଙ୍ଗା ଉଡାଇଛି ବାରମ୍ବାର ।।


ଆଜାଦି ପାଇଁକି ହିନ୍ଦୁସ୍ଥାନୀ ଦକ୍ଷ ଫଉଜ ର ପଲଟଣ

ପରାଧୀନତାର ବେଡି ଛିଣ୍ଡାଇଲା ବଜ୍ର ନିର୍ଘୋଷ ବାଣ ।।


ରାମବାଣ ଟାଣ ଦେଖିଣ ରାବଣ ଲାଜେ ଭୟେ ପଳାଇଲା

ତେମନ୍ତ ବିଦେଶୀ ଶଂକା ଜର୍ଜରିତ ଭୟେ ଥରହର ହେଲା ।।


ଇଂରେଜ ଶାସକ ଦେଶ ଦ୍ରୋହ ଦୋଷେ କରିଲେ ତାରେ ସାବ୍ୟସ୍ତ 

ପରଓ୍ଵାନା ଧରି ଖୋଜିଲା ନେତାଜୀ କରିବେ ବୋଲି ଗିରଫ ।।


କାହୁଁ ବା ପାଇବ ୟେ ଅଦୃଶ୍ୟ ଶକ୍ତି କଟକ ଚଣ୍ଡୀର ମାୟା

ତା କୋଳେ ସୁଭାଷ ଜନମ ଲଭିଛି ସେ ପାଇଛି ଅଭୟ ଛାୟା ।।


ପ୍ରଥମ ତ୍ରିରଙ୍ଗା ଉତ୍ତୋଳନ କଲା ଏଇ ମାଟି ମାଆ ପୁଅ

ସୁଭାଷ ବୋଷ ଏ ଜାତିର ନେତା ଜୟ ହେ ନେତାଜୀ ଜୟ ।। 


ତୁମ ଗର୍ବ ତୁମ ଗଉରବ ନେତ (ତୁମ) ଇପ୍ସିତ ତ୍ରିରଙ୍ଗା ବାନା

ତୁମ ହାତ ଗଢା ସ୍ଵାଧୀନ ମାଟିରେ ଗରବେ ଉଠୁଛି ଅନା ।।


ଗଗନ ପବନ ପକ୍ଷୀଙ୍କ କୁଜନ ଭ୍ରମର ମଧୂ ଗୁଞ୍ଜନେ

ଗୁଞ୍ଜରିତ ହୁଏ ଖୋଜେ ମାଟି ମାଆ ନେତାଜୀ ହେ ମନେମନେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍