STORYMIRROR

Kulamani Sarangi

Others

3  

Kulamani Sarangi

Others

ଜୟ ବିଶ୍ୱାଧାର

ଜୟ ବିଶ୍ୱାଧାର

1 min
243


ସଂସାର ଯମୁନା ଗଭୀର ଜଳରେ ତୁମେ ହିଁ ଏକା ନାଉରୀ,

ଜୀବନ ସଙ୍ଗୀତ ଭରିଦିଏ ଚିତ୍ତ ତୁମ ବଂଶୀ ଯାଦୁକରୀ,

କଳା ମେଘ ବିଜୁଳି,

ତୁମ ହସରେ ଯାଏ ଉଛୁଳି।


କଳା ଚାନ୍ଦ ସତେ କହିବି କି ମତେ‌ ଚନ୍ଦ୍ରରେ ଅଛି କଳଙ୍କ,

କଳା ମେଘ ବୋଲି କହିଥାନ୍ତି ହେଲେ ମେଘରେ ଅଛି ଚଡ଼କ,

ଆହେ ବିଶ୍ୱବନ୍ଦନ,

ଭାବ ଭକତି ପ୍ରେମ ଚନ୍ଦନ।


କିଏ କହେ ଆଲ୍ଲା କିଏ କହେ ଯୀଶୁ ସବୁରି ଭିତରେ ତୁମେ,

ଜାଣିଛି ତୁମକୁ ଚିହ୍ନିଛି ତୁମକୁ ବିଶ୍ୱ କଳାକାର ନାମେ,

ତୁମେ ତ ଅବତାର,

ତୁମେ ଅବତାରୀ ସଂସାରର।


ତୁମ ରାଧା ଭାବ ତୁମ କୃଷ୍ଣ ଭାବ ସବୁରି ଅନ୍ତରେ ଝରେ,

ପ୍ରବାହିତ ତୁମ ପ୍ରେମ ଦୟା କ୍ଷମା ନଦୀ ତ୍ରିବେଣୀ ସଂସାରେ,

ତାକୁ ଅଜ୍ଞାନ ଛାର,

କରେ ନର୍ଦ୍ଦମା ପୁତି ଗନ୍ଧର।


ବିଷୟା ବାସନା ଘୋର ଆବର୍ଜନା ଗନ୍ଧରେ ଭରା ସଂସାର,

ତୁମରି ପ୍ରକୃତି କରନ୍ତି ବିକୃତି ଶ୍ରେଷ୍ଠ ପ୍ରାଣୀ ନାମ ଯାର,

ଅପ୍ରାକୃତ ଠାକୁର,

ବାରେ କ୍ଷମାକର କ୍ଷମାକର।


ଜୟ ବିଶ୍ୱାଧାର.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍