ଜୋକର
ଜୋକର
1 min
11.3K
ଯାତରା ହେଉକି ସର୍କସ ହେଉ
ଦେଖିଛ କୁହ କିଏ
ହସି ହସାଏ ଆମରି ପରି
ମଣିଷ ଟିଏ ସିଏ ।
ଉଚ୍ଚତା ତାର ନୁହଇଁ ବେଶି
ଦୁଇ କି ତିନି ଫୁଟ
ହାତ ଓ ଗୋଡ଼ ଚାରୋଟି ତାର
ଦିଶଇ ଅତି ଛୋଟ।
ଭଳି କି ଭଳି ରୂପ ସେ ଧରେ
ମଝି ମଝିରେ ଆସି
ଏମିତି ଖେଳ ଦେଖାଇ ଦିଏ
ଦର୍ଶକ ହୁଏ ଖୁସି ।
ସମାଜ ତାକୁ ଭଲ ଦୃଷ୍ଟିରେ
ଦେଖିଛି କେବେ କୁହ
ସହିଛି କେତେ ଟାହି ଟାପରା
ଗଡାଇ ଆଖି ଲୁହ ।
ରଙ୍ଗ ବେରଙ୍ଗ କରଇ ମୁହଁ
ଦେଖାଏ କେତେ ଠାଣି
ସର୍କସ ପାର୍ଟି ଜୋକର ସିଏ
ମନକୁ ନିଏ କିଣି ।
