STORYMIRROR

Minakshi Samal

Others

3  

Minakshi Samal

Others

ଜ୍ଞାନାଲୋକ

ଜ୍ଞାନାଲୋକ

1 min
327


ଜ୍ଞାନ ପରିସୀମା ହେଉ ବ୍ୟାପକ

ଅଜ୍ଞାନ ତିମିର ହେଉ ନିର୍ବାକ

ଜ୍ଞାନର ଦିପ୍ତୀ ଚତୁର୍ଦ୍ଦିଗେ ବ୍ୟାପୁ

ନାଶକରୁ ସର୍ବ ଅଜ୍ଞାନ ରିପୁ।


ବିଚାରଧାରା ହେଉ ଆମ ଶୁଦ୍ଧ

ସଂସ୍କୃତି ଆମର ହେଉ ସମୃଦ୍ଧ

ଭୂଲ ଠିକ ଆମ ହୋଇବ ବୋଧ୍ୟ

ଅବିଚାରୀ ଅନ୍ୟାୟୀ ହେବେ ବଧ।


ଜ୍ଞାନ ଚକ୍ଷୁ ଯେବେ ଖୋଲେ ମଣିଷ

ଅଜ୍ଞାନତା ହୋଇଯାଏ ପାଉଁଶ

ଅପସରି ଯାଏ କଳା ବାଦଲ

ମିଛ ଅହମିକା ହରାଏ ମୂଲ।


ବୁଦ୍ଧିଜୀବୀ ମାନେ ପାଆନ୍ତି ପୂଜା

ଉଡଇ ତାଙ୍କର ଜ୍ଞାନର ଧ୍ବଜା

ଦୁର୍ଜନ ଲୋକଙ୍କ କୁ ଅଭିପ୍ରାୟ

କରିଦିଏ ତାଙ୍କୁ ସଦା ଅପ୍ରିୟ।


ଯୁଗ ଯୁଗାନ୍ତ ପାଇଁ ଏହା ସତ୍ୟ

ସତ୍ୟ ଜିତେ ମିଥ୍ୟା ହୁଏ ନିହତ

ଜ୍ଞାନ ସମ ନାହିଁ କିଛି ଜଗତେ

ଜ୍ଞାନ ଧନେ ଜନ ଜଗତ ଜିତେ।


*** ମିନାକ୍ଷୀ ସାମଲ ***

minusamal1969@gmsil.com

7980250037


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍