STORYMIRROR

ABADHOOT PANDA

Others

3  

ABADHOOT PANDA

Others

ଜଣେ ସୂଚତୁର ମଣିଷ

ଜଣେ ସୂଚତୁର ମଣିଷ

1 min
5

ଜଣେ ସୁଚତୁର ମଣିଷ
❤❤❤❤❤ 
ଦିଏ ମୁଁ ପ୍ରାଧାନ୍ୟ 
ଅହମିକାପୂର୍ଣ୍ଣ 
ମାନସିକତାକୁ ଓ 
ଉଠିଯାଏ ମୁଁ ଉର୍ଦ୍ଧ୍ୱକୁ 
ଆଧୁନିକ ନାଗରିକତ୍ବ-
ଭଦ୍ରାମୀର ସରସତାକୁ 
ଫିଙ୍ଗି ରସା ତଳେ ଆଉ 
ଲୁଚାଇ ରଖେ ମୁଁ ମୋର 
ସ୍ୱାର୍ଥପର ମାନସିକତାକୁ 
ମୋର କପଟ-ଭଦ୍ର 
ଚାକଚକ୍ୟ ଆଭରଣ
ତଳେ, ଅତି ସହଜରେ 
ଓ ବାକ୍ ଚାତୁରୀରେ 
ଠକି ଚାଲେ ମୋର 
ବାସ୍ତବିକ ମାନବିକତାକୁ 
କଳେ ବଳେ କୌଶଳେ l

ଅଜ୍ଞାନ ଅନ୍ଧକାରର ପ୍ରଭାବ 
ଘେରି ରହି ଥିଲା ମୋର 
ମସ୍ତିଷ୍କର ପ୍ରତି କୋଷେ 
କୋଷେ, ମାରୁଥିଲି 
ବହୁସ୍ଫୋଟ ସେଇ 
ନକାରାତ୍ମକ ସତ୍ତାର 
ପ୍ରଭାବେ ନିଜ ଆତ୍ମଗର୍ବକୁ 
କରି ସମର୍ଥନ ଗଢ଼ିଥିଲି 
ଏକ ଗୋଷ୍ଠୀ ସାଧିବାକୁ 
ନିଜର ସ୍ୱାର୍ଥପୁରଣ 
ହିଂସାତ୍ମକ କାର୍ଯ୍ୟପନ୍ଥା 
ମାଧ୍ୟମେ ଯାହାକୁ ମୁଁ 
ଭାବିଥିଲି ଅତି ଜରୁରୀ 
ଏକ ଆଡ଼ମ୍ବରପୂର୍ଣ୍ଣ 
ଜୀବନଧାରଣ ନିମନ୍ତେ l

କରିଥିଲି ପୋଷଣ 
ମାନବୀୟ ଗୁଣ ବିରୁଦ୍ଧେ 
ପଶୁତ୍ୱର ପ୍ରବୃତ୍ତିଗୁଡ଼ିକୁ 
ମହିମାନ୍ୱିତ କରି ଅସତ୍ୟର 
ପ୍ରରୋଚନାରେ କରିଥିଲି 
ବିନଷ୍ଟ ମୁହିଁ ମାନବତାଧର୍ମୀ 
ଭାଇଚାରାର ମଧୁରତା ଆଉ 
ଲିଙ୍ଗଭେଦ ଅହମିକାରେ 
କରିଥିଲି ବିଧ୍ୱସ୍ତ ଅନେକ 
କୁମାରୀଙ୍କ କୌମାର୍ଯ୍ୟ,
କଳୁଷିତ କରିଥିଲି 
ପବିତ୍ରତା ନାରୀଜାତିର 
ମୋର ବର୍ବରତାପୂର୍ଣ୍ଣ 
ମନୁଷ୍ୟତା ବିହୀନ କାର୍ଯ୍ୟ 
କଳାପରେ ଭୁଲିଯାଇ 
ମହତ୍ତ୍ୱ ଭଗ୍ନୀତ୍ୱର l

କରିଥିଲି ମୁଁ ବପନ 
ଉଦ୍ଦେଶ୍ୟ ସହିତ 
ମତଭେଦ ଯୁକ୍ତ ବୀଜ 
ମୋର ବୌଦ୍ଧିକ କ୍ଷମତା 
ଅହଙ୍କାରେ ଜାତିଗତ 
ବିଭେଦତାର, କୁଟିଳତାକୁ 
ଦେଇ ପ୍ରଶୟ ମନେ 
କରିଦେଇଥିଲି ବିଛିନ୍ନ 
ମାନବୀୟ ସଦଭାବ
ପୁରୁଷ-ପୁରୁଷ 
ନାରୀ-ନାରୀ ମଧ୍ୟରେ 
ଦେଶ ଦେଶାନ୍ତରେ,
ସୃଷ୍ଟି କରିଥିଲା, ମୋର 
କର୍ତ୍ତ୍ରୁତ୍ବ ସାରା ବିଶ୍ୱ-ମାନବ
ସମାଜେ ଅତୀବ 
ମାନବୀୟ ଯନ୍ତ୍ରଣା ଓ 
ଅହେତୁକ କ୍ଳେଶ ଏକ 
ମହାମାରୀ ସଦୃଶ l

ମୋର ଛଳନାତ୍ମକ 
ବୁଦ୍ଧିମତାରେ ନିରାପଦ ଓ 
ସହଜ ବ୍ୟଙ୍କିଙ୍ଗ ସେବା 
ଆଳରେ ଠକିଥିଲି 
ଲକ୍ଷ ଲକ୍ଷ ଉପଭୋକ୍ତା 
ଗଣଙ୍କୁ ମୋର କୁଚକ୍ରୀ 
ତଥା ସମ୍ମୋହନ ଶକ୍ତି 
ବଳେ ପ୍ରତ୍ୟହ କରି 
ଚାଲିଛି ଆତ୍ମସାତ 
ସର୍ବସାଧାରଣଙ୍କ କଷ୍ଟ
ଲବ୍ଧ ଧନରାଶି ଭରି 
ମୋର ନିଜର ସିନ୍ଦୁକ 
ଏକ ରକ୍ତ ପିପାସୁ 
ପିଶାଚ ସଦୃଶ l

ବାସ୍ତବରେ ଅଟଇ ମୁଁ 
ଜଣେ ଅତି ଚତୁର ମଣିଷ 
ଏକ ଧୂର୍ତ୍ତ କୋକିଶିଆଳୀ 
ସଦୃଶ ଯିଏ କରିଛି ସର୍ବଦା 
ନିଜର ଅର୍ଥକାରୀ ସ୍ୱାର୍ଥ 
ସାଧନେ ତା ମନପ୍ରାଣକୁ 
କେନ୍ଦ୍ରୀଭୂତ ନକରି 
ଖାତିରି ଅନ୍ୟର ସ୍ୱାର୍ଥକୁ 
ଜାଣିଛି କେବଳ ଲୁଟିବାର 
କୌଶଳ ମଜ୍ଜି ଯାଇଛି ମୁଁ 
ସରପୁଳି ରସାବଳୀ 
ପଳାନ୍ନ ସେବନେ ସୁସ୍ୱାଦୁ 
ଭୋଜନେ ଅଦ୍ୟାବଧି 
ନଦେଇ ଗୁରୁତ୍ୱ 
ଲୋକଲଜ୍ଜାକୁ,ଆଗେଇ 
ଚାଲିଛି କେବଳ ଶଠତା- 
ଧୂର୍ତ୍ତତା-ଚାତୁର୍ଯ୍ୟ-ନିର୍ମିତ 
ରାଜପଥ ଉପରେ 
ନକାରାତ୍ମକ ଭାବଧାରାରେ l
  ❤❤❤❤❤
The poem " A smart
Man" written by
Bhagirath Choudhary 
on 30.09.2024 and
Odia translation 
thereof made by 
Abadhoot Panda.
❤❤❤❤❤❤❤



















Rate this content
Log in