ଜଣାଣ
ଜଣାଣ
1 min
168
ସବୁ ଦେଲ ବୋଲି ବାନା ଉଡୁଅଛି
ତେବେ କିମ୍ପା ଏତେ କଷଣ
କରି କରାଉଥାଅ ତୁହି ତୋ ବିନା
ଗତି ମୁକ୍ତି ନିସ୍ତାର ନାହିଁ
କରୁଅଛି ଖାଲି ଜଣାଣ
ରଖ ମହାବାହୁ ଡାକେ ଭକ୍ତ କେହୁ
ଦରିଦ୍ରର ଦୀନବନ୍ଧୁ ସୁଖିର ଦୁଃଖିର କୃପାସିନ୍ଧୁ
କରିଛ କେଉଁ ବୀଜ ରୋପଣ
ତୁମେ ଅଗତିର ଗତି ଆହେ ମହାଶକ୍ତି
ତୁମେ ଅନାଦି ଅନନ୍ତ ପରମ ପିତା କରେ ଭକ୍ତି
ନହୁଏ ପଛେ ବିଭୀଷଣ
ଦଇବ ଦଉଡ଼ି ନେଉଛି ଘୋଷାଡି ଦିଅନା ଫୋପାଡି
ଆହେ ଆର୍ତ୍ତତ୍ରାଣ ହେଉ ସୁଖ ମରଣ ।
