STORYMIRROR

NIBEDITA MOHAPATRA

Others

4  

NIBEDITA MOHAPATRA

Others

ଜନ୍ମଦିନ

ଜନ୍ମଦିନ

1 min
192

ପିଣ୍ଡେ ଭରି ପ୍ରାଣ ବ୍ରହ୍ମାଣ୍ଡ ଠାକୁର

ଛାଡିଲେ ଧରା ଧାମକୁ

ପରମାୟୁ ଦେଇ ନିର୍ଦ୍ଦେଶ କରିଲେ

ଧାର୍ଯ୍ୟ କର୍ମ କରିବାକୁ।

ମମତା, ସେନେହ ପ୍ରୀତିର ବଳୟେ

ବାନ୍ଧି ପରିବାର ସାଥେ

ଦାୟିତ୍ଵ ନିର୍ବାହ କରି ଚାଲିବାକୁ

ନିଜ କର୍ତ୍ତବ୍ୟର ପଥେ।

ଲକ୍ଷ୍ୟପଥୁ ଚ୍ୟୁତ ହୋଇ ଚଳିବାରୁ

ପାଇଲି ଯେ ବିଫଳତା

ହାତ ଛାଡି ସର୍ବେ ଗଲେ ନିଜ ପଥେ

ନ କରିଲେ ସହାୟତା।

ବିତିଗଲା ବର୍ଷ, ମାସ, ଦିନ, ଦଣ୍ଡ

ଭୁଲିଲି ସବୁ ଯାତନା

ଆସିଲା ଯେବେ ମୋ'ର ଜନ୍ମ ଦିବସ

ଭରିଲା ନୂଆ ଭାବନା।

ନବ କଳ୍ପନା ଉନ୍ମାଦନାରେ ହୃଦେ

ଅଙ୍କୁରିତ ହେଲା ବୀଜ

କୁଜ୍ଝଟିକା ଶୁଭ୍ର ଓଢଣୀକୁ ଭେଦି

ଉଇଁଲେ ନୂତନ ସୂର୍ଯ୍ୟ।

ସ୍ବାଗତ କରିଲି ନୂଆ ସକାଳକୁ

ମନରେ ଭରି ସଂକଳ୍ପ

ହୃଦୟଙ୍ଗମ କରି ବିଫଳତାକୁ

ପାଇଲି ତା'ର ବିକଳ୍ପ।

ପ୍ରଥମେ ପ୍ରଣମି ଇଷ୍ଟଦେବତାଙ୍କୁ

ମାଗିଲି ଯେ କୃପା ଭିକ୍ଷା

ଗୁରୁ ଗୁରୁଜନେ ପ୍ରଣିପାତ କରି

ଲଭିଲି ଅନେକ ଶିକ୍ଷା।

ପରିବର୍ତ୍ତନ କରି ଜୀବନ ଶୈଳୀ

ଆରମ୍ଭିଲି ନୂଆ କର୍ମ

ନୀତି ଆଦର୍ଶକୁ ହରଷିତ ଚିତ୍ତେ

ମାନି ନେଇ ନିଜ ଧର୍ମ।

ବର୍ଷ ପରେ ବର୍ଷ ଆସୁଥାଏ ସଦା

ଏହିପରି ଶୁଭଦିନ

ଦୁଃଖ ଅବସାଦ ପ୍ରତିହତ ହୋଇ

ମିଳୁ ଆଶିଷର ଦାନ।

ଜନ୍ମ ଦିବସର ପବିତ୍ର ବେଳାରେ

କରେ ସଦା ନିବେଦନ

ଅତୀତର ତ୍ରୁଟିକୁ ସୁଧାରି ମୋର

ଦିଅ ହେ ମତେ ସୁଜ୍ଞାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍