STORYMIRROR

Dharitri Das

Others

3  

Dharitri Das

Others

ଜନ୍ମଦିନ

ଜନ୍ମଦିନ

1 min
203


ବରଷକେ ଥରେ ଯେବେ ଆସେ ଜନ୍ମଦିନ

ମାସକ ଆଗରୁ ନୂଆ ଜାମା ପଟା କିଣ।

ବନ୍ଧୁବାନ୍ଧବଙ୍କୁ କରିଦିଅ ନିମନ୍ତ୍ରଣ

ଭୋଜି ଭାତ ସବୁ ତୁମେ କର ଆୟୋଜନ।

ଘର ସାରା ହୁଏ ବେଳୁନରେ ସଜା ସଜି

ମଜା ମାରିଥାନ୍ତି କେକର ବୋଳାରେ ମଜି।

ସତ୍ୟ ନାରାୟଣ ପୂଜାର ମହିମା ଭୁଲି

ବିଅର୍ଥେ ଟଙ୍କାରେ ସଭିଏଁ ଖେଳନ୍ତି ହୋଲି।

ଏପରି କ୍ଷଣିକ ଆନନ୍ଦେ କି ମିଳେ ଭାଇ

ଆଶୀର୍ବାଦ ମିଳେ କିରେ ଭବିଷ୍ୟତ ପାଇଁ।

ଥରେ ଫେରି ଆସ ତୁମେ ଏ ପଥକୁ ଛାଡି

କ୍ଷୁଧାର୍ତ୍ତକୁ ଦେଇ ଦାନା ଅନ୍ଧକୁ ବାଡ଼ି।

ଏକ ବୃକ୍ଷ ରୋପି ଦିଅ ମନ୍ଦିର ପ୍ରାଙ୍ଗଣେ

କେତେଯେ ଆନନ୍ଦ ମିଳେ ଦେଖ ମନେମନେ।

ଜନ୍ମଦିନ ସାର୍ଥକ ହେବ ଅନ୍ୟ ଉପକାରେ

ଖର୍ଚ୍ଚ ହେବ ନାହିଁ ଟଙ୍କା ତୁମ ଵିଅର୍ଥରେ।

ସତ୍ୟ ନାରାୟଣ ହେବେ ତୁମ ଉପରେ ଖୁସି

ଅଜାଡି ଦେବେରେ ଅଜସ୍ର ଆଶୀର୍ବାଦ ରାଶି।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍