STORYMIRROR

pranati Mahapatra

Others

3  

pranati Mahapatra

Others

ଜନ୍ମଦିନ କି ତିରୋଧାନ

ଜନ୍ମଦିନ କି ତିରୋଧାନ

1 min
254

ଉଣେଇଶି ଶହ ସତସ୍ତରି ମସିହା ମହାସ୍ନାନ ପୂର୍ଣ୍ଣିମା

ମହାବାହୁ ଭାଇଭଉଣୀଙ୍କ ସହ ସୁନାକୂଅ ପାଣିରେ 

ମହାସ୍ନାନ କରୁଥିବା ବେଳେ ମହମହ ଅତରର ବାସ୍ନା

ଭୂମିଷ୍ଠ ଅନୁରାଧା ନକ୍ଷତ୍ର ବିଛା ରାଶି ଦ୍ଵିପ୍ରହରେ ,

ଘଣ୍ଟାକଣ୍ଟା ମିନିଟ କଣ୍ଟା କେଉଁଠି ଥିଲା କେଜାଣି।

ସମସ୍ତଙ୍କୁ ଚିହ୍ନି ହସିଦିଏ ବୋଲି ଡାକିଲେ ଚିନା

ଅଭିମାନ ବହୁତ ସତ ଅଳିଅଝଟ କିଛି ନ ଥାଏ ସିନା ।

ପରକୁ ଆପଣାର,ସଭିଙ୍କ ଦୁଃଖ ସୁଖରେ ସହଭାଗୀ

ସ୍ଵାଭିମାନ ବଞ୍ଚେ ସତ ସ୍ଵଭାବ କିନ୍ତୁ ବଦରାଗୀ।

ସହଜରେ ବିଶ୍ଵାସ କରେ ବୋଲି ଧୋକା ଖାଏ

ଅପମାନର ଜ୍ଵାଳା ଜାଳିଦିଏ ସତ ଅନ୍ୟକୁ ଶୀତଳ ଛାୟା

ଆଖିଲୁହ ଓଠ ପିଇଯାଏ ହେଲ ପୋଛେନି କେବେ

ଜନ୍ମ ସମୟ ତ ନିରୁଦ୍ଦିଷ୍ଟ ରାଶି ବା କେମିତି ନିର୍ଦ୍ଦିଷ୍ଟ ହେବ

ପଡିଶା ଘର ଝିଅଟିଏ କାଳେ ସେଦିନ ଜନ୍ମିଥିଲା।

ତା ରାଶି ନକ୍ଷତ୍ର ସହ ଖାଲି ଖାପଖୁଆଇ ମନ ବୁଝେଇବା

ସେଥିପାଇଁ ବୋଧହୁଏ ସବୁବେଳେ ଅନ୍ୟର ମନ ସହ 

କାର୍ଯ୍ୟ କଳାପ ଓ ଆଚାର ବିଚାର ସହ

ଖାପ ଖୁଆଇ ଚାଲିଛି।

ଏଯାବତ କେହି ପାଳି ନାହିଁ କେବେ ମୋ ଜନ୍ମଦିନ।

ଅପେକ୍ଷା କରିଛି

କେବେ କିଏ ପାଳୁଛି।

ମୋ ଜନ୍ମଦିନ

କି ତିରୋଧାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍