STORYMIRROR

Tapaswini DashSarangi

Others

4  

Tapaswini DashSarangi

Others

ଜନ୍ମାଷ୍ଟମୀର ଶୁଭକାମନା

ଜନ୍ମାଷ୍ଟମୀର ଶୁଭକାମନା

1 min
357


ନାଟୁଆ ନଟବର ମୂରଲୀ ମନୋହର

ଯଶୋଦା ଗଳାମାଳି ନନ୍ଦରାଜା କୁମର।

ଦେବକୀ ସୁତ ତୁମେ ଅଷ୍ଟମ ଗର୍ଭ ତା'ର

ବସୁଦେବ ନନ୍ଦନ ତୁମେ ଯେ ଚିତ୍ତ ଚୋର।

ଧନ୍ୟଲୀଳା ତୁମର ତୁମେ ହେ ମାୟାଧର

ମାୟା ଭେଦିବା ପାଇଁ ଶକତି ନାହିଁ କା'ର।

ଝୁରୁଛି ଯମୁନା କୂଳ କାନ୍ଦୁଛି ଗୋପ ପୁର

ରାଧା ରାଣୀ ଝୁରନ୍ତି ଆସ ଶ୍ରୀରଙ୍ଗାଧର।

ଗୋପୀକା ଖୋଜୁଛନ୍ତି ଆହେ ଲବଣୀଚୋର

ଧନ୍ୟ ସେ ମୀରା ବାଈ ଖୋଜେ ସୁରରେ ତା'ର।

ଅରି ଦମନ କାରୀ ତୁମେ ଯେ ଗିରିବର

ବସିଛ ବୃନ୍ଦାବନେ ଭୂଲିଲ ଗୋପ ପୁର।

ହୃଦୟୁ ଡାକେ ଯିଏ ତା' ହୃଦେ ବାସ କର

ଧନ୍ୟ ହେ ନନ୍ଦ ବଳା ଧନ୍ୟ ତୁମ ଅବତାର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍