ଜୀବନସାଥୀ
ଜୀବନସାଥୀ
1 min
13.7K
ତୁହି ମୋ ବନ୍ଧୁ ତୁହି ମୋ ସଖା
ତୁ ମୋ ପରାଣ ମିତ
ତୁହି ମୋ ଶକ୍ତି ତୁହି ମୋ ଶାନ୍ତି
ତୁ ମୋ ହୃଦୟ ଗୀତ ।।
ତୁ ସକାଳର ସୁନେଲି ଆଭା
ମଧ୍ୟାହ୍ନେ ଶୀତଳ ଛାୟା
ତୁ ସାୟାହ୍ନରେ ବିମଳ ଶଶୀ
ନିଶିଥରେ ମୃଦୁ ବାଆ ।।
ବିପଦରେ ତୁ ସୁଧାର ଆଗାର
ଆପଦେ ତୁ ମୋର ଆଶା
ଜୀବନ ତରୀର ପ୍ରତି ମୁହୂର୍ତ୍ତରେ
ତୁ ଯେ ସେନେହର ବର୍ଷା ।।
