ଜୀବନସାଥି
ଜୀବନସାଥି
1 min
6.9K
ଜୀବନରେ ଆସିଥାଏ କେତେ ପରିବର୍ତ୍ତନ
ସବୁ ସହି ଆଗକୁ ଯିବାକୁ ହୁଏ
ଜୀବନସାଥି ଥିଲେ ସାଥିରେ
କଣ୍ଟା ଲାଗେ ଫୁଲର ପାହାଚ
ଦୁଃଖର ମୁହୂର୍ତ୍ତରେ ଲାଗେ ଆନନ୍ଦ
ତୁମର ସେହି ହସ ଭରା ମୁହଁ
ଦେଖି ଦେଲେ ମିଳିଯାଏ
ଜୀବନର ମୂଲ୍ୟବାନ ଜିନିଷ
ଗୋଟିଏ ଜନ୍ମ ପାଇଁ ନୁହେଁ ସାଥି
ସାତଜନ୍ମ ପାଇଁ ଆମର ସମ୍ପର୍କଟି
କେବେ ଛାଡିବିନି ହାତ ତୁମରି
ଜୀବନର ଶେଷ ନିଃଶ୍ୱାସ ଥିବାଯାଏଁ ତୁମରି.....
ପ୍ରମିଳା ସାହୁ