STORYMIRROR

Dr.Sashi Bhushan Mohapatra

Others

4  

Dr.Sashi Bhushan Mohapatra

Others

ଜୀବନର ଯାତ୍ରା

ଜୀବନର ଯାତ୍ରା

1 min
474


ଜୀବନର ସତ୍ତା

ଏଠି ଅଛି,ସେଠି ଅଛି

ଜୀବନର ମହୋତ୍ସବ ସବୁଠି।

ତା’ର ଜୟ ଯାତ୍ରାରେ

ମହାଜୀବନକୁ ଭେଟିବାକୁ

ଆଲୋକର ପଥଟିଏ ଆସ ଖୋଜିବା

ଯାତ୍ରୀଟିଏ ହୋଇ ଆଗକୁ ଚାଲିବା ।


ବିଶ୍ୱ ଜୀବନ ହେ !

ତୁମଠାରୁ ବହୁ ଦୂରେ ମୁଁ

ମୋତେ ଆଲୋକ ଦେଖାଅ

ସତ୍ୟ ପଥେ ଯାତ୍ରୀ ହେବାପାଇଁ

ମୋ ହାତ ଧରି ଟିକେ ବାଟ ବତାଅ।

ତୁମେ ପାଖେ ପାଖେ ଥିଲେ

ସାଥି ହୋଇ ଯାଉଥିଲେ

ମୋହ ମାୟାସବୁ ଅପସରି ଯିବ

ଅହଂକାରର ପରଜୟହେବ

ଦିଵରାତ୍ରୀ ତୁମକୁ ଅନ୍ୱେଷଣ କରି

ଲକ୍ଷ ସ୍ଥଳ ଦିନେ ପ୍ରାପ୍ତ ହେବ ।


ନଦୀ ପରି ଜୀବନ ଅବିରାମ ବୋହୁଥାଉ

ଫୁଲର ସୁଗନ୍ଧପରି ମହକୁ ଥାଉ,

ଧୂପପରି ଜୀବନ ସୁଗନ୍ଧିତ ହୋଇ

ସମସ୍ତ କାମନା,ବାସନା ଜଳିଯାଉ ।

ସେ ଯାତରେ ଗୋଟିଏ ପାହୁଣ୍ଡ

ଯେବେ ମୁକ୍ତିର ମାର୍ଗରେ ଚାଲିବ

ସୁନୀଳ ଆକାଶରୁ ସବୁଜ ଏ ପୃଥିବୀକୁ

ମହାଜୀବନରୁ ଆଶିଷ ବର୍ଷା ହୋଇ

ଚୁମ୍ବକପରି ଜୀବନକୁ ଟାଣି ନେବ ।


ଜୀବନ ଆଉ ମୃତ୍ୟୁ ଚକ୍ରରେ

ଜୀବନର ଜୟ ଯାତ୍ରା ହେଉ

ମୃତ୍ୟୁ ଆସୁଥିଲେ ଆସୁଥାଉ,

ଜୀବନର ମହସ୍ରୋତ ଧରଣୀକୁ

ସର୍ବଦା ପ୍ଲାବିତ କରୁଥାଉ,

ଆସ ଆମେ ମିଳି ମିଶି ଜୀବନ ସବୁକୁ

ମିଶାଇ ଦେବା ଜୀବନ ସାଗରେ ।

******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍