Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swain

Others

3  

Sonali Swain

Others

ଜୀବନ

ଜୀବନ

1 min
219



ଇଚ୍ଛା ହୁଏ ନିଜ ଅଜାଣାତେ 

ନିଜକୁ ଫିଙ୍ଗିବାକୁ ପ୍ରଶ୍ନବାଣ.. 

ଆଉ ପଚାରିବାକୁ... 

ଦୁଃଖର ପରିସଂଜ୍ଞା କଣ? 

ଖୁସିର କାରଣ କଣ? 

ଲୁହ ର ରଙ୍ଗ କଣ? 

ଯନ୍ତ୍ରଣା ର ଆକାର କଣ? 

ଆଉ ଆବେଗ ର ଚି଼ହ୍ନ କଣ? 


ବାସ୍ତବତା ର ପ୍ରଶ୍ନବାଚୀ ପୁଣି 

କମ୍ପନ ସୃଷ୍ଟିକରେ ହୃଦୟର କୋଣରେ 

ଜୀବନକୁ ପ୍ରଶ୍ନ କରେ ପୁଣି ବାସ୍ତବତା 

ଆରେ ଜୀବନ ତୁ କଣ ସତରେ ଖୁସି?? 

ଦୁଃଖ ସହି ହସିଦେଉ 

ଖୁସିରେ ତୁ ନାଚି ଗାଉ... 

ଆଉ ସବୁବେଳେ ବିନ୍ଦାସ ଥାଉ.. 


ପ୍ରଶ୍ନବାଚୀ ର କୋଠରୀରେ 

ପୁଣି ମୁଁ ନିଜେ ବନ୍ଦୀ ହୁଏ.. 

ଆଉ ଭାବେ ଆରେ ଏଇ ଜୀବନ ଟା କଣ?? 

ମୁଁ ନୁହେଁ, 

ମୋ ସାଙ୍ଗ ମାନେ କୁହନ୍ତି 

ଜୀବନ ର ମାନେ ବୁଝିବାକୁ ହେଲେ, 

ଗୋଟିଏ ଜୀବନ ବିତାଇବାକୁ ପଡିବ.. 

ଆଉ ଅନୁଭବୀ ହେବାକୁ ହେବ 

ଜୀବନ ହସ, କାନ୍ଦ, ରାଗ, ରୁଷା, ଖୁସିର ଏକ ମିଶ୍ରଣ.. 




Rate this content
Log in