STORYMIRROR

Sukanti Hotta

Others

3  

Sukanti Hotta

Others

ଜୀବନ

ଜୀବନ

1 min
186

ହାତେ ଭୋଗ ଧରି ଭକତି ହୃଦୟେ

ଯାଇଥିଲି ମନ୍ଦିରକୁ

ରାସ୍ତାରେ ପାଇଲି କଙ୍କାଳ ଭିକ୍ଷୁକ

ମାଗୁଥିଲା ଖାଇବାକୁ ll


ଅତି ବିକଳରେ କହୁଥିଲା ସିଏ

ଖାଇବାକୁ ମୁଠେ ଦିଅ

ନଖାଇଲେ ମୋର ଜୀବନ ଯିବ

ମୋ ପ୍ରତି ସହାୟ ହୁଅ ll


ଜୀବନ ମୋହର ଖାଦ୍ୟ ମୁଠେ ପାଇଁ

ଡହଳ ବିକଳ ହୁଏ

ଜୀବନର ମାନେ ତମେ କି ବୁଝିବ

ଗରୀବହିଁ ଦୁଃଖ ପାଏ ll


ଆମ୍ବ କଦଳୀ ନଡ଼ିଆ ସେଓରେ

ଥାଳି ମୋର ଭରିଥିଲା

ମନରେ ଭାବିଲି ମୋ ଥାଳିକୁ ଦେଖି

ଲୋଭ ତାହାର ହୋଇଲା ll


ସେଥିପାଇଁ ବୋଧେ ମାଗୁଅଛି ସିଏ

ମୁଠେ ଦିଅ ଖାଇବାକୁ

ଦେବତାଙ୍କ ଭୋଗ କେମିତି ମୁଁ ଦେବି

ଏହି ଦୀନ ଭିକାରୀକୁ ll


ଭୋଗ ଥାଳି ଧରି ଜଲଦି ଜଲଦି

ମନ୍ଦିରେ ପ୍ରବେଶ କଲି

ଭିଡ଼ ଭିତରେ ଭଗବାନଙ୍କୁ

ହୃଦୟରେ ସୁମରିଲି ll


ମନ୍ଦିର ଭିତରେ ପଥର ମୂରତି

ମୋତେ ଦେଖି ହସୁଥିଲେ

ଯେମିତି ଲାଗିଲା କାନରେ ମୋହର

କିଛି ଗୋଟେ କହିଦେଲେ ll


ଭୋଗଥାଳି ଧରି ଭିଡ଼ ଭିତରୁ

ବାହାରକୁ ଚାଲିଗଲି

କଦଳୀ ଆମ୍ବକୁ ଭିକାରୀକୁ ଦେଇ

ଅତି ଆନନ୍ଦିତ ହେଲି ll


ଜୀବନ୍ତ ଠାକୁର ମନ୍ଦିର ବାହାରେ

ଜୀବନ ସହ ଲଢୁ ଥିଲା

ମୋ ଭୋଗ ଥାଳିରୁ ଅଳ୍ପ ଖାଇ କରି

କେତେ ଆଶୀର୍ବାଦ ଦେଲା ll


ଭୋଗ ଥାଳିକୁ ଧରିକରି ମୁଁହି

ମନ୍ଦିରକୁ ପୁଣି ଗଲି

ଭଗବାନଙ୍କୁ ହାତ ଯୋଡିକରି

କ୍ଷମା ପୁଣି ମାଗିଦେଲି ll


ଜୀବର ଦେହରେ ଜୀବନ ରୂପରେ

ତୁମେ ପରା ରହିଅଛ

ଜୀବେଦୟା ଆଉ ନାମ ବିଶ୍ୱାସରେ

ସଂସାର ଚଳାଉଛ ll


ଦୀନଦୟାଳୁହେ କ୍ଷମା କରିଦିଅ

ବୁଦ୍ଧି ମୋର ଜମାନାହିଁ

ଭୀକ୍ଷୁକର ଦେହେ ତୁମକୁ ଦେଖି

ଅଧା ଦେଇଦେଲି ମୁଁହି ll


ସୁକାନ୍ତି ହୋତା

ତାଳଚେର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍