STORYMIRROR

Sujata Badajena

Others

3  

Sujata Badajena

Others

ଜୀବନ

ଜୀବନ

1 min
767


ଜୀବନ ସଂଘର୍ଷମୟ

ହଜେ ନିଦ

କାନ୍ଦେ ରାତି

ବାହୁନେ କପୋତୀ

ଉଠ ପୁତା ଉଠ

ସେରକ ପୁରିଲା '

କୋଉଠି ସଂଘର୍ଷ ବିନା

ଜୀବନର ମାନେ କିଛି ନାହିଁ

କିଏ ସେ କାଢି ନେଲା

ଦୀପରୁ ତେଲ

ଆଖିରୁ କଜ୍ଜଳ

ଓଠ ତଳୁ ହସ

କେମିତି ଜୀବନ ଇଏ

ବାହୁନେ ଆତ୍ମା

କାନ୍ଦେ ପ୍ରାଣପକ୍ଷୀ

ହାତ ମୁଠାରୁ ଖସେ ଚୋରାବାଲି

ସପନ ଏଠି ମରୀଚିକା

ଚାରିଆଡେ ଖାଲି ଖାଲି ଖାଲି..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍