STORYMIRROR

Sisir Panda

Others

3  

Sisir Panda

Others

ଜୀବନ

ଜୀବନ

1 min
452



ଜୀବନକୁ ଦିନେ ପଚାରିଲି ମୁଁହିଁ

ଭଲ ପାଆନ୍ତି ତ ସଭିଏଁ ତୋତେ

କି ଚିଜରେ ଭାଇ ତୁ କହ ବୁଝାଇ

ବୁଝାଇ କହିଲା ଜୀବନ ମୋତେ।।

କିଏ କହେ ମୋତେ ଆନନ୍ଦ ସାଗର

କହେ କିଏ ପୁଣି ଦୁଃଖର ଗନ୍ତାଘର

ସବୁରି ପାଇଁ ତ ଭାଇ ମୁଁ ସମାନ

ମୋ ପାଇଁ କେହି ନୁହେଁ ପର ଆପଣାର।।

ମୁଁ ତ ଅଟଇ ବନ୍ଧୁ ଈଶ୍ବରଙ୍କ ଦାନ

ନିଜ ନିଜ କର୍ମ ମତେ ଭଲ ମନ୍ଦ

ଫଳ ମିଳିଥାଏ ଏଇ ଜନମେ ଏଠି

ନବୁଝି ବିଚାରି ସାଜନ୍ତି ତ ଅନ୍ଧ।।

ମାନବ ଜୀବନ ଅଟଇ ମହାନ

ନାହିଁ ଆନ ଜୀବନ ତା ସମାନ

କାହା ପାଇଁ ଭାଇ ମୁଁ ସୁଖର ଶେଯ

କାହା ପାଇଁ ତ କଣ୍ଟକିତ ବନ।।

ଋଷି, ଯୋଗୀ,ମୁନି ଆଦିର ଜୀବନ

ଦେଖ କେତେ ସେ ତ ଆନନ୍ଦମୟ

ଧନପତିଙ୍କ ଜୀବନ ଚାପ ଗ୍ରସ୍ତ

ଦରିଦ୍ରଙ୍କ ଜୀବନ କଷ୍ଟ ମୟ।।

ଦିଅନ୍ତି ସଭିଏଁ ମୋତେ ରେ ଦୋଷ

ଅଜ୍ଞାନତା ହେତୁ ହୁଅନ୍ତି ତ ରୋଷ

ସୁଚାରୁ ରୂପେ କରିଲେ ରେ କର୍ମ

କାହାକୁ ତ କରେନା ପ୍ରଭୁ ନିରାଶ।।

ଥୋକେ ମଣନ୍ତି ଅର୍ଥକୁ ସର୍ବସ୍ବ

ଅର୍ଥ ଦେଉଥିଲେ ସୁଖ, ଶାନ୍ତି

ଧନୀକ ନ ହୁଅନ୍ତେ ଦୁଃଖାକ୍ରାନ୍ତ

ମନେ ନଥାନ୍ତା ତାଙ୍କ ଅଶାନ୍ତି।।

ମାନବ ଜୀବନ ଅଟେ ଦୁର୍ଲଭ

କ୍ଷଣ କ୍ଷଣର ସମାହାର

ସୁକର୍ମ ହେତୁ ଭାଗ୍ୟର ଉଦୟ

ବୁଝି ନପାରେ ଛାର ନର।।

ଯଦି ବୋଧ ହୋଇବ ସମୟର ମୂଲ୍ୟ

ବନ୍ଧୁ! ପ୍ରତି କ୍ଷଣର କରିବ ଯତ୍ନ

ଲୋଭନୀୟ ପ୍ରତି ନହୋଇ ପ୍ରଲୋଭିତ

କରି ଗଲେ ସୁକର୍ମ ମିଳିବ ରତ୍ନ।।

ଜୀବନ ଅଟଇ ମୁଁ ତ ଜୀବନ

ସମସ୍ତଙ୍କ ଅଟଇ ମୁଁ ପ୍ରିୟ

ଦୁଃଖ କଷ୍ଟ ସବୁ କର୍ମର ଫଳ

ନଷ୍ଟ ନ କର ସମୟ ମୂଲ୍ୟ।।

ଶିଶିର କୁମାର ପଣ୍ଡା, କଟକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍