STORYMIRROR

Sandhya Rani Panigrahy

Others

3  

Sandhya Rani Panigrahy

Others

ଜୀବନ ଯୁଦ୍ଧରେ ଜିତିବାର ପ୍ରଯୁକ୍ତି

ଜୀବନ ଯୁଦ୍ଧରେ ଜିତିବାର ପ୍ରଯୁକ୍ତି

1 min
778


ଜୀବନ ସାଥିରେ ମୋର ଅନବରତ
ଶିଖିଗଲି ଲଢେଇ କରିବା ନିଜ ସହିତ
ମୁଁ ସନ୍ଦିହାନ ମୋର ଅସ୍ତିତ୍ବରେ
ଅସଲି ନା ନକଲିର ପ୍ରକୃତରେ
ଛଦ୍ମବେଶର ପ୍ରତ୍ୟୟଟି ସମାବେଶରେ
କିଛି ଦେଖା ଦେଖି କିଛି ଲୁଚାଛପାରେ
କେବେ ଜୟ କେବେ ପରାଜୟର ରାସ୍ତାରେ
ବେଳେ ବେଳେ ଏକାନ୍ତରେ କେବେ ନୀରବରେ
ମାନିନିଏ ମୁଁ ମୋର ପରିଚୟ ସନ୍ଦିହାନରେ
ଏ ଯୁଦ୍ଧରେ ବିଜୟୀ ଓ ପରାସ୍ତ ମୁଁ ମୋ ସହିତ
ରଥାରୂଢ ସାହାସୀ ଓ ଶକ୍ତିଶାଳୀ ମୁଁ ଉପେକ୍ଷିତ
ଅନ୍ତରରେ ଏକା ଏକା ବା ଲୋକଲୋଚନର ଦୃଷ୍ଟିରେ
ଅନାଭରଣ ପ୍ରତି ମୂହୁର୍ତ୍ତରେ ଚରିତ୍ର ଓ ଜୀବନ ଦର୍ଶନରେ
ପଶାପାଲିର ଦୁଇ ପାଶ୍ବରେ ମୁଁ ହିଁ ମୁଁ ଓ ଦାମ୍ଭିକତା
ଗୋଟି ଚାଳନାରେ ସିଦ୍ଧହସ୍ତ ନିଜ ଅଭିଜ୍ଞତା
ହାସଲ କରିବାର କିଛି ନାହିଁ ମୁଁ ଏବେ ଜାଣୁଛି
ବୋଧେ ଜାଣି ଜାଣି ମୁଁ ହାରି ବି ଥରେ ଅଧେ ଯାଉଛି
କାହା ଲାଗି ଏତେ ଦରଦ କାହା ପାଇଁ ଏ ମନଟା
ଲୁଚି ରହିଛି ଅହେତୁକ ଅନୁକମ୍ପା ଓ ଅସୁମାରି ସାଥିଟା
ମୋ ପ୍ରତିଛବି ନିଜ ପାଖରେ ଲାଗେ ଅଜଣା ଅଚିହ୍ନା
ଆକାଶରୁ ବିଜୁଳି ଭଳି ବରଷାର ଚାଦରରେ ଗଣନା
ପୃଥିବୀଟା ମାଡ଼ି ବସିଛି ଘୂରି ବୁଲୁଛି
ନିଜ ପାଇଁ ନିଜ ଉପରେ ଅନ୍ୟଥା ରାଗୁଛି
ଭାବୁଛି ଏଥର ନିଜ ଭାଗଟା ନିଜ ପାଇଁ ଛାଡିବାକୁ ପଡିବ
ବାଧ୍ୟ ବାଧକତାରେ ଆଉ ଏକ ନୂତନ ପୃଥିବୀ ଅସମ୍ଭବ ଗଢିବ
ଲଢେଇରେ ବଳି ନୀରିହ ଅଟକ ରଖିବ ଏଥରକୁ
ହସିବା ପାଇଁ ଅଶ୍ରୁର ଲୁଚକାଳି ଲୁଚାଇ ରହିବାକୁ
ପସନ୍ଦର ସୁଗନ୍ଧ ଚୋରାରେ ଚାଲାଣ କରିବ ନାହିଁ
ବିଶ୍ବାସ ଅବିଶ୍ଵାସ ସନ୍ଦେହର ଘେର ଅବକାଶ ନାହିଁ
ଯାହା ମିଳିଲା ନ ରହିଲା ନିର୍ଦ୍ଦୟ ମନରେ ରଖିବ ନାହିଁ
ନିଜକୁ ନିଜେ ତଉଲି ଦେବ ଜିତାଇ ଅନୁଶୋଚନା କାହିଁ


Rate this content
Log in