STORYMIRROR

Minakshi Samal

Others

3  

Minakshi Samal

Others

ଜୀବନ ଯନ୍ତ୍ରଣା

ଜୀବନ ଯନ୍ତ୍ରଣା

1 min
139

ଅପ୍ରମିତ ଏଇ ଜୀବନର ଦୁଃଖ

ଅସହ୍ୟ ଯାଉଛି ହୋଇ

ଥଳକୂଳ ମୁଁ ଯେ ପାଇ ପାରୁନାହିଁ

ରାସ୍ତା ଦିଅହେ ଦେଖାଇ ।

ଚାରିଦିଗ ଦିଶେ ଅନ୍ଧକାରମୟ

ଦିଶାହରା ହୋଇ ଯାଏ

ଦୁଃଗନ୍ଧମୟ ରାସ୍ତାରେ ଝୁଣ୍ଟିକି

କାଦୁଅରେ ଘାଣ୍ଟି ହୁଏ ।

ହେ ଜଗତ ସାଇଁ ଉଦ୍ଧାର କରହେ

ଆକୁଳେ ବିନତି କରେ

ମୁକ୍ତି ଦିଅ ମୋତେ ଶରଣ ମୁଁ ନେବି

ତୁମରି ବିଭୁ ପୟରେ ।


Rate this content
Log in