STORYMIRROR

Dr.Sashi Bhushan Mohapatra

Others

3  

Dr.Sashi Bhushan Mohapatra

Others

ଜୀବନ ଟିଏ ଅଛି ବୋଲି

ଜୀବନ ଟିଏ ଅଛି ବୋଲି

1 min
409


ଆଖି ଦୁଇଟି ଅଛି

ପଲକେ ପଲକେ ଦେଖିବାକୁ

ପ୍ରକୃତିର ମନଲୋଭା ଦୃଶ୍ୟ

ମଙ୍ଗଳମୟ ଈଶ୍ୱରଙ୍କ ଦର୍ଶନ ।

ବୁଜିଦେବି ଆଖି

ଭିବିଷିକା କି ଧ୍ୱଂସ

ଦେଖିବାର ନାହିଁ ପ୍ରୟୋଜନ ।


କାନ ଅଛି ଶୁଣିବାକୁ

ହୃଦୟ ସ୍ପନ୍ଦନ

ବଇଁଶୀର ସ୍ଵନ

ଭଜନ କୀର୍ତ୍ତନ ।

ବୁଜିଦେଵି କାନ

କୁତ୍ସ,ଅଶ୍ଳୀଳ ଉଚ୍ଚାରଣ

ଶୁଣିବାରେ ନାହିଁ ପ୍ରୟୋଜନ ।


ତୁଣ୍ଡଟିଏ ଅଛି କହିବାକୁ

ମଧୁର ବଚନ

ପ୍ରେମ ଉଚ୍ଚାରଣ

ଡାକିବାକୁ ଈଶ୍ୱରଙ୍କ ନାମ ।

ବନ୍ଦ କରିଦେବି ତୁଣ୍ଡ

କଟୁକ୍ତି ଉଚ୍ଚାରଣ

ତୁଣ୍ଡେ ଧରିବାକୁ ନାହିଁ ଅଧିକାର ।


ଦେହଟିଏ ଅଛି ରଖିବାକୁ

ହୃଦୟ ସାଇତି

ଦୀପଟିଏ ହୋଇ ଜଳି

ଜୀବନକୁ ଆଲୋକିତ କରିବାକୁ ।

ଦେହର କାମନା ଚରିତାର୍ଥ

ଏକମାତ୍ର ଲକ୍ଷ୍ୟ ନୁହେଁ

ଦେହାତୀତ ଲକ୍ଷ୍ୟ ହେଉ ଜୀବନ ।


ମନଟିଏ ଅଛି ବୁଝିବାକୁ

ସର୍ବଜନ ଭାବନା

ମନର ମନ୍ଥନ

ତୋଷିବକୁ ଜଗତ ଈଶ୍ୱର ।

ବାନ୍ଧିଦେଵି ମନ

ପରମାତ୍ମାଙ୍କ ଶିକୁଳିରେ

ମନ ଧ୍ୟାୟୀ ତାଙ୍କରି ପୟର ।


ଜୀବନଟିଏ ଅଛି ବୋଲି

ଆଖି ଦେଖୁ ଆତ୍ମାର ସ୍ୱରୂପ

କାନ ଶୁଣୁ ଓଁକାର ନାଦ

ତୁଣ୍ଡ ଜପୁ ବ୍ରହ୍ମ ମନ୍ତ୍ର

ଦେହ ତ ଧରିଛି ବ୍ରହ୍ମ ପିଣ୍ଡ  

ଦେହହେଉ ଦେହାତୀତ 

ମନ ଚାହୁଁ ଆତ୍ମାର ପରମ ବିଲୀନ।



இந்த உள்ளடக்கத்தை மதிப்பிடவும்
உள்நுழை