ଜୀବନ ସ୍ରୋତ
ଜୀବନ ସ୍ରୋତ
1 min
171
କେତେଯେ ଆସିବେ କେତେ ଚାଲିଯିବେ ଫେରିବେନି କେହି ଆଉ
ମନର ବାରିଧି ସୁଖିବନି ଜମା
ଚିରଦିନ ଝରୁଥାଉ l
ସମୟର ସ୍ରୋତ କିଏ ସେ ରୋକିବ
ପ୍ରାଣର ପିପାସା ପାଇଁ
ଆକାଶରେ ମେଘ ରୋକିକି ପାରିବ
କ୍ଷଣିକ ର ବର୍ଷା ପାଇଁ l
ଜୀବନଟା ଏକ ଚୀର ଶ୍ରୋତା ଦେଖ
ବୋହି ବୋହି ଚାଲିଯାଏ
ତମେ କି ରୋକିବ ତମେ କି ରୋକିବ
ବାଟ ବୁଲି ଚାହୁଁ ଥାଏ l
ଯାହା ମୁଖେ ଏହି ବିଶ୍ଵ ଭାଷାକୋଷ
ଚିରଦିନ ଝରୁ ଥାଏ
ସୁଧାର ପରସ ପାଇସିଏ ଆଜି
ପୁଲକିତ ହେଉଥାଏ l
ଜୀବନ ର ଅନ୍ୟ ନାମ ପୁଣି ମୃତ୍ୟୁ
ଏଥିରେ ବିଷାଦ କାହିଁ
ଅଚାନକେ ଆସି ମାଡ଼ିବସିବ ସେ
ଭୟ ନାହିଁ ତାହା ପାଇଁ l
ଧର୍ମପଦ ସେଦିନ ତ ପୁଣି
କୋଣାର୍କ ମୁଣ୍ଡି ମାରିଲା
ବାଜିରାଉତ୍ ପୁଣି ନୌକା ଆରୋହୀ
ସଂସାର ରୁ ତରିଗଲା l
