ଜୀବନ ସଂଜ୍ଞା
ଜୀବନ ସଂଜ୍ଞା
ଜୀବନ ଯମୁନା ଦୁଇକୂଳେ
ପ୍ରତିକୂଳ କେବେ ଅନୁକୂଳେ
କେବେ ସ୍ନେହ ପ୍ରେମ କେବେ ଛଳେ
ବସି ଭାବେ ଟିକେ ଖରା ଛାଇ ତଳେ
ଜୀବନର ମାନେ ଭରି କୌତୂହଳେ
କେବେ ଆସେ ବନ୍ଧୁଟି ସଦାବେଳେ
କେବେ ଫେରିଯାଏ ନିଃସଙ୍ଗତା ବଳେ
ଜୀବନ ନାଟକ ଚାଲେ କଳେ ବଳେ
ପ୍ରତିଶ୍ରୁତି କେବେ ପ୍ରତାରଣା ମିଳେ
ଜୀବନ ଜାତକ କେବେ କିଏ ପଖାଳେ
କିଏ ସେ ପଥିକ ଛାଇ ଖୋଜି ବୃକ୍ଷ ତଳେ
କିଏ ବୃଦ୍ଧା ବୃଦ୍ଧ ଅସହାୟ ଅଣହେଳେ
ଅଭାବ ରେ ସ୍ଵଭାଵ ନଷ୍ଟ ବେଳେବେଳେ
ପଛକୁ ବୁଲି ଚାହେଁ କିଏ କଉଶଳେ
ନିରାଶା ପ୍ରତ୍ୟାଶା ଦିଗନ୍ତ ସମୁଦ୍ର କୋଳେ
ଜୀବନ ଯନ୍ତ୍ରଣା ଭିତରେ ଖୁସି ଝଲକ ବେଳେ
ମନେହୁଏ ସ୍ୱର୍ଗ ସୁଖ ଏଇ ମହୀତଳେ
ଅଢେଇ ଦିନର ବଡେଇ ଭିତରେ କେତେବେଳେ
ଜଗନ୍ନାଥ ଓଁ ପରଂବ୍ରହ୍ମ ସ୍ୱାଗତ ସଂଗୀତ ବେଳେ
ସବୁ ଦହନ ଅନ୍ତର୍ଦ୍ୱନ୍ଦ୍ୱ ଲିଭେ ଅଣହେଳେ
ଜୀବନର ସଂଜ୍ଞା ଦିନ ମାସ ବର୍ଷ ଅଦଳେ ବଦଳେ
