STORYMIRROR

Ajaya Kumar Mohanty

Others

3  

Ajaya Kumar Mohanty

Others

ଜୀବନ ସଙ୍ଗୀତ--2

ଜୀବନ ସଙ୍ଗୀତ--2

1 min
801



ମୋ ସତ୍ଯ

କେବଳ ମୋର

ଅନୁଭୂତି କାନଭାସରେ

ଆଙ୍କେ ନିଜର ବିଚାର।


ବୁଝେ ଯେବେ ମନ

ବିଚାରେ ବିବେକ

ପ୍ରେରଣା ଦିଏ ସଂସ୍କାର

ହୁଏ ସତ୍ଯର ସର୍ଜନ ।


ନ ଥାଏ ଭୟ ଭୀତି

ମୋ ବିଚାରର ଭିତ୍ତି

ସୂର୍ଯ୍ୟକୁ ଲମ୍ବ ହୋଇ ଠିଆ

ଛାଇ ଆସିବ କେମିତି ।


ଦୁଃଖ ନାହିଁ

ନହେଲେ ସହମତ

ଦେବିନି ସୂଚ୍ଯାଗ୍ର ମେଦିନୀ

ନହେବା ଯାଏ ପରୀକ୍ଷିତ ।


ଭଲ ପାଅ

ଭୁଲ୍ ବୁଝ

ନୁହେଁ ମୁଁ ଚିନ୍ତିତ

ସତ୍ଯ ପାଇଁ ସମର୍ପିତ ।


ଚାଲୁଛି ଚାଲିବି

ନାହିଁ ଅବଶୋଷ

ତୁମେ ଆସ ବା ନ ଆସ

ଏକା ଚାଲିବା ମୋ ସଂକଳ୍ପ ।


ଅଜୟ କୁମାର ମହାନ୍ତି

ଇଉନାଇଟେଡ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ

ମୁଖ୍ୟ କାର୍ଯ୍ୟାଳୟ, 11,ହେମନ୍ତ ବସୁ ସରଣୀ

କଲିକତା 7000010


Rate this content
Log in