STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୪୦୫

ଜୀବନ ଗୀତା-୪୦୫

1 min
360


ପ୍ରକୃତିର ଦାନ ଏଇ ଜୀବନ

ସତେ କେତେ ମହନୀୟ

କେନ୍ଦ୍ରବିନ୍ଦୁ ସେତ ସବୁରି ମଧ୍ୟେ

ନୁହେ କିଛି ତୁଳନୀୟ ॥୦॥

ଭୀତିପ୍ରଦ କେବେ ପ୍ରୀତିପଦ କେବେ

ଏଇ ଜୀବନର ଯାତ୍ରା

ଦୁଃଖ ପରେ ସୁଖ ଆସେ ବଢାଇ

ଶତ ପ୍ରତିଶତ ମାତ୍ରା

ଅଂଧାରରେ ଦୀପ କରେ ଯେମିତି

ଚତୁର୍ଦିଗ ଜ୍ୟୋତିର୍ମୟ ॥୧॥

ଆକର୍ଷିତ କେବେ ବିକର୍ଷିତ କେବେ

ଜୀବନ ତ କରିଥାଏ

ସବୁରି ମଧ୍ୟରୁ ସାର ବାଛି ନେଇ

ଖାଦ ଫିଙ୍ଗି ଦେଇଥାଏ

ସେଇଥି ପାଇଁକି ଜୀବନ ଲାଗେ

ସିନା ଏତେ ମଧୁମୟ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍