ଜୀବନ ଗୀତା-୪୦୪
ଜୀବନ ଗୀତା-୪୦୪
1 min
688
ଜୀବନରେ ସବୁ ଛାଡି
ଆସିବାକୁ ହୁଏ
ପିଲାଦିନ ଯଉବନ
କାହିଁ ଲୁଚିଯାଏ
ହେଲେ ତା ସୁରଭି ଟିକ
ଖାଲି ରହିଯାଏ ॥୦॥
ସମୟର ସ୍ୱର ଶୁଭଇ କେବଳ
ଦୂର ନାଉରିଆ ଗୀତ ପରି
ଯୋଗୀ କେନ୍ଦରାରେ କରୁଣ ସୂରରେ
ଗୋବିନ୍ଦ ଚନ୍ଦ୍ରର କଥା ଭଳି
ମାନସ ପଟରେ ଖାଲି
ଶୁଭି ଯାଉଥାଏ ॥୧॥
ପିଲାଦିନ ସ୍ମୃତି ଯଉବନ ତାତି
ପିଛା କେବେହେଲେ ଛାଡେନାହିଁ
ପଉଷ ପତର ପଳିତ ଦେହରେ
ରହିଯାଏ ପଦେ ଗୀତି ହୋଇ
ସ୍ମୃତିରେ ସ୍ମୃତିରେ ସେ ତ
ଉଙ୍କି ମାରୁଥାଏ ॥୨॥
