ଜୀବନ ଗୀତା-୩୯୦
ଜୀବନ ଗୀତା-୩୯୦
1 min
163
ମୁଠାଏ ପବନ ଅଟେ ଏ ଜୀବନ
ଉଡିଗଲେ ସବୁ ଶୂନ୍ୟ
ଶୋଷୁଥାଏ ଯିଏ ବଂଚିଥାଏ ସିଏ
ନୁହେଁ ସେ ହାଟର ପଣ୍ୟ ॥୦॥
ଦେହ ଦରଜାରେ ସୁନାର ଶିକୁଳି
ଲଗାଉଥାଏ କେ କେତେ
ସୁନା ଶିକୁଳିକୁ ଭାଂଗିଦେଇ ଦିନେ
ଉଡିଯାଏ ମଝିପଥେ
ମନ ମନ୍ଦିରରେ କେତେ ଭୋଗରାଗ
ଅରଜିବା ପାଇଁ ପୂଣ୍ୟ ॥୧॥
ପୁରୁଣା ପାପତ ନିଏ ନୂଆ ରୂପ
ସମୟର ସାଥେସାଥେ
ପୂଣ୍ୟର ପ୍ରଦୀପ ଥିରିଥିରି ହୋଇ
ଜଳୁଥାଏ ଦିବାରାତ୍ରେ
ପୂଣ୍ୟର ଆଲୋକ ଦେଖିପାରେ ଯିଏ
ଜୀବନ ତାହାର ଧନ୍ୟ ॥୨॥