ଜୀବନ ଗୀତା-୩୭୮
ଜୀବନ ଗୀତା-୩୭୮
1 min
467
ଜୀବନେ ଗୁନ୍ଥିଛି କେତେ
ଲୁହର ଗଜରା ମାଳ
କେତେପୁଣି ଗୋଟାଇଛି
ହସର ବଉଳ ଫୁଲ ॥୦॥
ହସଲୁହ କୋହମୋହ
ସବୁକୁ ନେଇଛି ଆପଣେଇ
ଜୀବନର ପଥରେ
ଜୀବନଟା ହସଲୁହ ଭରା
ଜାଣିଛି ମୁଁ ମିତରେ
ସେଥିପାଇଁ ସିନା ସିଏ
ଲାଗଇ ଏତେ ସୁନ୍ଦର ॥୧॥
ଲୁହପୋଛି ଖୁସିବିଞ୍ଚି
ହସି ହସାଇଛି ଅପରକୁ
ନିଜେ ଭାସି ଲୁହରେ
ହସିଲେ ଦୁନିଆ ହସେ ସାଥେ
ମୁହଁମୋଡେ କାନ୍ଦିଲେ
ଅନ୍ୟପାଇଁ ତେଣୁ ହସ
ଲୁହ ଏକାନ୍ତ ନିଜର ॥୨॥
