STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୭୨

ଜୀବନ ଗୀତା-୩୭୨

1 min
618


ଅଡୁଆ ସୂତାର ଗଣ୍ଠି

ଜୀବନ ହୋଇ ଯାଇଛି

କେମିତି ଖୋଲିବି ତାକୁ

ବୁଝି ପାରୁନାହିଁ କିଛି ॥୦॥

ଜୀବନ ସୂତାର ଖିଅ

ଖୋଜୁଖୋଜୁ ଗଲା ଦିନ

ଦିନ ପରେ ଦିନ ବିତେ

ଅଥୟ ହୁଅଇ ମନ

ସତ ଯେତେ ମିଛ ସେତେ

ମିଛର ଘେରରେ ପଡି

ସତକୁ ଭୁଲି ବସିଛି ॥୧॥

ସତ ତ ଦିନ ଆଲୁଅ

ଦପଦପ ହୋଇ ଜଳେ

ମିଛ ରହସ୍ୟ ଅଂଧାର

ଅଟେ ସିନା କାଳେକାଳେ

ଆଲୁଅରେ ଅଂଧାରରେ

ଜୀବନ ଗଣ୍ଠିର ଖିଅ

ଖୋଜିଛି ଯା ମିଛିମିଛି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍