ଜୀବନ ଗୀତା-୩୭୨
ଜୀବନ ଗୀତା-୩୭୨
1 min
617
ଅଡୁଆ ସୂତାର ଗଣ୍ଠି
ଜୀବନ ହୋଇ ଯାଇଛି
କେମିତି ଖୋଲିବି ତାକୁ
ବୁଝି ପାରୁନାହିଁ କିଛି ॥୦॥
ଜୀବନ ସୂତାର ଖିଅ
ଖୋଜୁଖୋଜୁ ଗଲା ଦିନ
ଦିନ ପରେ ଦିନ ବିତେ
ଅଥୟ ହୁଅଇ ମନ
ସତ ଯେତେ ମିଛ ସେତେ
ମିଛର ଘେରରେ ପଡି
ସତକୁ ଭୁଲି ବସିଛି ॥୧॥
ସତ ତ ଦିନ ଆଲୁଅ
ଦପଦପ ହୋଇ ଜଳେ
ମିଛ ରହସ୍ୟ ଅଂଧାର
ଅଟେ ସିନା କାଳେକାଳେ
ଆଲୁଅରେ ଅଂଧାରରେ
ଜୀବନ ଗଣ୍ଠିର ଖିଅ
ଖୋଜିଛି ଯା ମିଛିମିଛି ॥୨॥
