Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୫୨

ଜୀବନ ଗୀତା-୩୫୨

1 min
119



ଜୀବନ.......

ତିନୋଟି ଅକ୍ଷର ସମାହାର

ହେଲେ ସେ କେତେ ଗଭୀର

ପାଏନାହିଁ ଥଳକୂଳ

ବୁଝୁବୁଝୁ ସରିଯାଏ

ଜୀବନର ଖେଳ ॥୦॥

ଜୀବନ.......

ମମତା ସ୍ନେହଁର ପାରାବାର

ହେଲେ ସେ କେତେ ଅଧୀର

କେତେପୁଣି ଛଳଛଳ

ଶୁଝୁଶୁଝୁ ଆସିଯାଏ

ସିନା ଶେଷବେଳ ॥୧॥

ଜୀବନ.......

ସଂପର୍କ ସତ୍ୟର ଅଟେ ଚିର

ହେଲେ ସେ ମିଛର ଖେଳ

ମାନେନାହିଁ କେବେ ହାର

ଯୁଝୁଯୁଝୁ ପୂରିଯାଏ

ଜୀବନର କାଳ ॥୨॥


Rate this content
Log in