Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୩୪

ଜୀବନ ଗୀତା-୩୩୪

1 min
137


ଜୀବନରେ ମୋର କିଛି ଲୋଡ଼ାନାହିଁ

କହୁଥିବା ମଣିଷର

ତଳେଇକରି ବୁଝିଲେ ଲୋଡ଼ାହୁଏ

କିଂତୁ ଷୋଡ଼ଶୋପଚାର ॥୦॥

ମୁଁ ଏସବୁ ମଧ୍ୟେନାହିଁ

ପ୍ରକୃତରେ ମତେ କିଛି ଜଣାନାହିଁ

କହୁଥିବା ଲୋକ କିଂତୁ

ଚାଲିଯାଏ ବିଷମଞ୍ଜି ବୁଣିଦେଇ

ନୀତିବାନ ଲୋକ ଯେତେ କରଥାନ୍ତି

ଆପଣାପର ବିଚାର ॥୧॥

ମୁଁ ଏସବୁ କରେନାହିଁ

ମିଛଖଚ ମତେ କିଛି ଜଣାନାହିଁ

କହୁଥିବା ଲୋକ କିଂତୁ

ପୂରା ମିଛୁଆ ଓସ୍ତାତ ଅଟେ ଭାଇ

ପୂଣ୍ୟବନ୍ତ ବୋଲାଇବା ଲୋକ ପୁଣି

କରେ ପାପ ବାରଂବାର ॥୨॥


Rate this content
Log in