ଜୀବନ ଗୀତା-୩୧୫
ଜୀବନ ଗୀତା-୩୧୫
1 min
218
ଜୀବନ କେବେ ଛନ୍ଦମୟ
ନୁପୂରର କମ୍ପିତ ନିକ୍ୱଣ
କେବେପୁଣି ସେ ନିଛାଟିଆ
ବେଳାର ନିଝୁମ ଝାଉଁବଣ ॥୦॥
କୁଳୁକୁଳୁ ହୋଇ ଗୀତ ଗାଇଗାଇ
ଧାଉଁଥିଲା ବେଳେ
ପଥେ ଆସେ ବାଧା
ଛନ୍ଦହରା ହୋଇ ଦଣ୍ଡେ ରହିଯାଇ
ଖୋଜିନିଏ ପୁଣି
ନୂଆ ଏକ ରାସ୍ତା
ଆଗରେ ତାର ପ୍ରେମମୟ
ସାଗରର ଆକୁଳ ଆହ୍ୱାନ ॥୧॥
ଝରୁଝରୁ ଦିନେ ଶୁଖିଯାଏ ଝର
ମାଡିଯାଏ ଦେହେ
ଖାଲି ବାଲୁଚର
ଶୁଷ୍କନଈ ଟିଏ ହୋଇ ପଡିରହେ
ଭେଟିପାରେ ନାହିିଁ
କେବେ ସେ ସାଗର
ଜୀବନ ତାର ଲୁହପୂର୍ଣ୍ଣ
ନୟନର ନୀରବ କ୍ରନ୍ଦନ ॥୨॥
